Featuredକ୍ରୀଡ଼ାଜାତୀୟ

ରଣଜୀ ଟ୍ରଫି ପାଇଁ ମୈଦାନରେ ବିରାଟ; କୋହଲୀମୟ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: କୋହଲୀମୟ ରାଜଧାନୀ ଦିଲ୍ଲୀ । ୧୩ ବର୍ଷ ପରେ ରଣଜୀ ଟ୍ରଫିକୁ କିଙ୍ଗ କୋହଲୀଙ୍କ ୟୁ-ଟର୍ଣ୍ଣ । ଯେଉଁଥି ପାଇଁ ବେଶ ଉସôୁକ କ୍ରିକେଟପ୍ରେମୀ । ନୂଆଦିଲ୍ଲୀର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ରଣଜୀ ମ୍ୟାଚରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଫିଲ୍ଡ ଭିତରକୁ ଦୌଡ଼ି ଆସି ବିରାଟ କୋହଲିଙ୍କ ପାଖକୁ ଦୌଡ଼ିବାକୁ ଲାଗିଲେ। ଏହି ବ୍ୟକ୍ତିଙ୍କୁ ଗ୍ରାଉଣ୍ଡ ମଝିରେ ଦୌଡ଼ୁଥିବାର ଦେଖି, ଫିଲଡରମାନେ ନିଜ ନିଜ ସ୍ଥାନରେ ଅଟକିଗଲେ। ପ୍ରଶଂସକଙ୍କ ଏଭଳି ବ୍ୟବହାର ସ୍ପଷ୍ଟ ଦର୍ଶାଉଥିଲା ଯେ ଘରୋଇ ଦଳରେ ବିରାଟଙ୍କ ଫେରିବାକୁ ଦିଲ୍ଲୀବାସୀ କେତେ ଅପେକ୍ଷା କରିଥିଲେ । କହିରଖୁଛୁ ଯେ, ୧୩ ବର୍ଷ ପରେ ବିରାଟ କୋହଲୀ ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ ଖେଳୁଛନ୍ତି ।

Related Articles

Back to top button