Featuredଜାତୀୟବାଣିଜ୍ୟ

ଆଜି ଆସିବ ବଜେଟ, ମିଳିବ କାହାକୁ କେତେ?

ନୂଆଦିଲ୍ଲୀ: ଆଜି ବସିବ ବଜେଟ । ସଂସଦରେ ବଜେଟ ଅଧିବେଶନକୁ ନେଇ ସମସ୍ତଙ୍କ ନଜର ରହିଛି । ମୋଦୀ ସରକାରଙ୍କ ତୃତୀୟ ପାଳିର ଏହା ହେଉଛି ପ୍ରଥମ ବଜେଟ। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି। ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ପରିସରରେ ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ବସିବ, ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିବ ଏବଂ ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚିବେ। ଏହା ପରେ ବଜେଟ୍ ଉପସ୍ଥାପନା କରାଯିବ । ତେବେ ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ’ଣ ବିଶେଷ ରହିବ ? ତା ଉପରେ ସଭିଙ୍କ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com