Breaking Newsଜାତୀୟବାଣିଜ୍ୟ
ପାଞ୍ଚବର୍ଷ ପରେ ଖସିଲା ରେପୋ ରେଟ୍
![](https://i0.wp.com/odia.mobilenews24x7.com/wp-content/uploads/2025/02/RBI-Action-2.jpg?resize=780%2C470&ssl=1)
ନୂଆଦିଲ୍ଲୀ : ମଧ୍ୟବିତ୍ତଙ୍କୁ ମିଳିବ ବଡ ଧରଣର ଆଶ୍ବସ୍ତି। ରେପୋ ରେଟ୍ରେ ପରିବର୍ତ୍ତନ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଦୀର୍ଘ ୫ବର୍ଷ ପରେ ଖସିଛି ରେପୋ ରେଟ୍। ଆଜି ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । o.୨୫ ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇଛି। ପୂର୍ବରୁ ରେପୋ ରେଟ୍ ୬.୫୦ ପ୍ରତିଶତ ଥିଲା। ରେପୋ ରେଟ୍ କମିବା ପରେ ଗୃହ ଋଣ ଉପରେ ଇଏମଆଇ ଖସିବାର ସମ୍ଭାବନା ରହିଛି। ୨୦୨୦ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ହ୍ରାସ କରିଥିଲା। ଏହାପରେ ରେପୋ ରେଟ୍ ଧୀରେ ଧୀରେ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚିଥିଲା। ପୂର୍ବରୁ ଫେବୃଆରୀ ୧ରେ ଆଗତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ରିହାତି ଦେଇଥିଲେ । ବର୍ତ୍ତମାନ ଆରବିଆଇ ର ରେପୋ ରେଟ୍ ହ୍ରାସ ମଧ୍ୟବିତ୍ତଙ୍କ ଲାଗି ବଡ଼ ଉପହାର ହେବ ।