ସିଲ୍ ହେଲା ଦିଲ୍ଲୀ ସେକ୍ରେଟାରିଏଟ୍
![](https://i0.wp.com/odia.mobilenews24x7.com/wp-content/uploads/2025/02/delhi_069d10c5bb_v_jpg.webp?resize=780%2C470&ssl=1)
ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍କୁ ହରାଇ ଦିଲ୍ଲୀରେ ବିପୁଳ ବିଜୟ ହାସଲ କରିଛି ବିଜେପି। ନିର୍ବାଚନରେ ବିଜେପି ବାଜିମାତ୍ କରିଥିବା ବେଳେ ଦିଲ୍ଲୀ ସଚିବାଳୟରେ ଥିବା ବିଭିନ୍ନ କାଗଜପତ୍ରର ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛି ସାଧାରଣ ପ୍ରଶାସନ ବିଭାଗ, ଦିଲ୍ଲୀ ।
ସେଥିପାଇଁ ଦିଲ୍ଲୀ ସେକ୍ରେଟାରିଏଟ୍ରୁ ଯେଭଳି କୌଣସି ଫାଇଲ୍ସ/ଡକ୍ୟୁମେଣ୍ଚର୍ କମ୍ପ୍ୟୁଟର ବାହାରକୁ ନ ଯିବ ସେ ନେଇ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ବିଭାଗ ଓ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ଡକ୍ୟୁମେଣ୍ଟ ଓ କମ୍ପ୍ୟୁଟରକୁ ସୁରକ୍ଷିତ ରଖିବା ଲାଗି ବ୍ରାଞ୍ଚ ଇନଚାର୍ଜକୁ କୁହାଯାଇଛି । ସଚିବାଳୟର ସମସ୍ତ କାର୍ଯ୍ୟାଳୟ ଓ କ୍ୟାମ୍ପ ଅଫିସ୍, ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲାଗି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ବୋଲି ଉଲ୍ଲେଖ ରହିଛି । ଆପ୍ ସରକାରରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀ ଇସ୍ତଫା ଦେଇ ନଥିବା ବେଳେ କାଗଜପତ୍ର ଚୋରି ଆଶଙ୍କାରେ ସେକ୍ରେଟାରିଏଟ୍ ସିଲ୍ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି ।