Breaking Newsଓଡ଼ିଶା
ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା
![](https://i0.wp.com/odia.mobilenews24x7.com/wp-content/uploads/2025/02/Subhadra-Yojana-e1724504181819.jpg?resize=640%2C360&ssl=1)
ଭୁବନେଶ୍ୱର : ଆଜି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟାସନଗର ଚାନ୍ଦମା ପଡ଼ିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ଲାଗି ବ୍ୟାପକ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର, କୋରେଇ ଓ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନ ପାଇଁ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।
ଆଜି ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ପରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ । ତେବେ ଯେଉଁ ହିତାଧିକାରୀ ମାନେ NPCIରେ ଅସୁବିଧା ଯୋଗୁଁ ବଞ୍ଚିତ ହେବେ ସେମାନଙ୍କୁ ମାର୍ଚ୍ଚ ୮ରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଏକା ସାଙ୍ଗରେ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।