Breaking Newsଜାତୀୟରାଜନୀତି
ଆପ୍କୁ ବଡ଼ ଝଟକା: ହାରିଗଲେ ମନୀଷ ସିସୋଦିଆ
![](https://i0.wp.com/odia.mobilenews24x7.com/wp-content/uploads/2025/02/kljghjj.jpg?resize=490%2C268&ssl=1)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ବଡ଼ ଖବର । ଚଳିତ ନିର୍ବାଚନରେ ହାରିଯାଇଛନ୍ତି ଆପ୍ ନେତା ମନୀଷ ସିସୋଦିଆ । ଜଙ୍ଗପୁରା ଆସନରୁ ଲଢ଼ୁଥିବା ମନୀଷ ସିସୋଦିଆ ପରାସ୍ତ ହୋଇଛନ୍ତି । ବିଜେପିର ତରବିନ୍ଦର ସିଂ, ମନୀଷ ସିସୋଦିଆଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସିସୋଦିଆ ୩୦,୭୨୪ ଖଣ୍ଡ ଭୋଟ ପାଇଥିବା ବେଳେ ତରବିନ୍ଦରଙ୍କୁ ୩୧,୫୯୩ ଖଣ୍ଡ ଭୋଟ ମିଳିଛି। ୨୦୧୩ରୁ ସେ ପତପରଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇ ଆସୁଥିଲେ ମନୀଷ । କିନ୍ତୁ ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏଠାରେ ସେ ଜିତିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବିଜେପିର ତରବିନ୍ଦର ସିଂହ ମାରୱାଙ୍କ ଠାରୁ ହାରିବାକୁ ପଡ଼ିଛି।