Breaking Newsଓଡ଼ିଶାକ୍ରୀଡ଼ା

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି

ଭୁବନେଶ୍ୱର : ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଗତକାଲି ଭାରତୀୟ ଟିମର ସମସ୍ତ ଖେଳାଳି ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ମ୍ୟାଚ ପୂର୍ବରୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଖେଳାଳି । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ଦଳର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ । ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।

ଏହି ତିନି ଖେଳାଳି ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳିଙ୍କୁ ମହାପ୍ରଭୁଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା । ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ହାସଲ କରିବା ପାଇଁ ଶ୍ରୀମନ୍ଦିରରେ ବାନା ଲଗାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି । ଟିମ୍ ଇଣ୍ଡିଆର କେଳାଳିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ କ୍ରିକେଟ ପ୍ରେମୀଙ୍କ ନାହିଁ ନଥିବା ଭିଡ ହୋଇଥିଲା । ଖେଳାଳିଙ୍କ ପାଇଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com