Breaking Newsଜାତୀୟରାଜନୀତି

ରାଜନୀତି ମଇଦାନରେ ଫେଲ୍ ସୋସିଆଲ ମଡିଆ ଇନ୍‌ଫ୍ଲୁଏନ୍ସର

ନୂଆଦିଲ୍ଲୀ : ଶନିବାର ପ୍ରକାଶ ପାଇଛି ଦିଲ୍ଲୀ ବିଧାନସଭା ଫଳାଫଳ । ଏଥିରେ ବିଜେପି ବାଜିମାତ କରିଥିବା ବେଳେ ପରାଜୟ ବରଣ କରିଛି ଆପ୍ । ସରକାରରେ ଥିବା ଆପ୍ ୨୨ ସିଟ୍ ପାଇଥିବା ବେଳେ ବିଜେପି ୪୮ ସିଟ୍‌ରେ ବିଜୟ ହାସଲ କରିଛି । ଉଭୟ ଦଳ ନିର୍ବାଚନ ମଇଦାନରେ ଜୋରଦାର କସରତ କରିଥିଲେ । ବାଛି ବାଛି ପ୍ରାର୍ଥୀ ଚୟନ କରିଥିଲେ । ଏଥର ଲୋକପ୍ରିୟ ଚେହେରାମାନଙ୍କୁ ଉଭୟ ଦଳ ପ୍ରାର୍ଥୀ କରିଥିଲେ । ଏଥିରେ ଅନେକ ସଫଳ ହେଲେ ଆଉ ଅନେକ ବିଫଳ ବି ହେଲେ । ସେହି ବିଫଳ ତାଲିକାରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଚେହେରା ତଥା ଆପ ନେତା ଅବଦ ଓଝା ରାଏ ।

ଅବଦ ଓଝା ରାଏ । ଯିଏ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ ବେଶ ଜଣାଶୁଣା । ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରାୟ ୨୨ ଲକ୍ଷ ଫଲୋଅର୍ସ ରହିଛନ୍ତି । ଆଉ ୟୁଟ୍ୟୁବ୍‌ରେ ତାଙ୍କୁ ୯ ଲକ୍ଷ ୧୭ ହଜାର ୟୁଜର ସବ୍‌ସ୍କ୍ରାଇବ୍‌ କରିଛନ୍ତି । ସେ UPSC ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ଜଣେ ଉଚ୍ଚମାନର ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ପରିଚିତ । ତାଙ୍କ ଭିଡିଓକୁ ଅନେକ ୟୁଜର ପସନ୍ଦ କରନ୍ତି । ତାଙ୍କର ଅଧିକାଂଶ ଭିଡିଓ ପିଲାଙ୍କ ପାଠ ପଢ଼ାକୁ ନେଇ ରହିଥାଏ । ଏହାସହ ସମାଜ ସୁଧାରକ ଭାବେ ମଧ୍ୟ ତାଙ୍କର ଶହ ଶହ ଭିଡିଓ ରହିଛି । ଯାହାକୁ ଲକ୍ଷାଧିକ ଭ୍ୟୁ ମଧ୍ୟ ମିଳିଥାଏ । ସାରା ଭାରତରେ ସେ ପରିଚିତ ।

ହେଲେ ସବୁଠାରୁ ବଡ଼ କଥା ହେଉଛି ସୋସିଆଲ ମିଡିଆରେ ହିରୋ ସାଜିଥିବା ଅବଦ ଓଝା ଏଥର ନିର୍ବାଚନ ମଇଦାନରେ ଫେଲ୍‌ ମାରିଛନ୍ତି । ସୋସିଆଲ ମିଡିଆରେ ଶିକ୍ଷିତ ବର୍ଗ ତଥା ଛାତ୍ରଛାତ୍ରୀ ତାଙ୍କ ସହ ଯୋଡ଼ି ହୋଇରହିଥାନ୍ତି ଅବଦ ଓଝା । ତେଣୁ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ତାପରେ ତାଙ୍କୁ ପତପଡ଼ଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ କରିଥିଲା ଦଳ । ହେଲେ ପ୍ରାୟ ୨୮ ହଜାର ଭୋଟରେ ସେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂହ ନେଗିଙ୍କଠାରୁ ପରାଜିତ ହୋଇଛନ୍ତି । ଆଉ ସେ ପରାଜିତ ହେବା ପରେ କହିଛନ୍ତି – ଏହି ପରାଜୟ ମୋର ବ୍ୟକ୍ତିଗତ । କାରଣ ମୁଁ ଲୋକଙ୍କ ସହ ନିଜକୁ କନେକ୍ଟ କରିପାରିଲି ନାହିଁ । ଗୋଟିଏ ମାସ ମଧ୍ୟ ମୁଁ ଯେତିକି ଲୋକଙ୍କ ସହ ଯୋଡ଼ି ହୋଇପାରିଲି ସେତିକି ଭୋଟ ପାଇଲି । କାଲିଠାରୁ ପୁଣି ଲୋକଙ୍କ ସହ ମିଶିବା ପାଇଁ ମୁଁ ବାହାରିବି । ଆସନ୍ତା ବିଧାନସଭା ନିର୍ବାଚନରେ ପୁଣି ମୁଁ ସେହି ସମାନ ଆଶନରୁ ହିଁ ଲଢ଼ିବି ବୋଲ କହିଛନ୍ତି ଅବଦ ଓଝା ରାଏ ।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com