ଜାତୀୟ

ପୋଲିସକୁ ବିଜେପି ନେତାଙ୍କ ଧମକ

ଗୁଜୁରାଟର ଜଣେ ବିଜେପି ନେତାଙ୍କ ବିବାଦିୟ ବୟାନ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜନୈତିକ ପାଣିପାଗ ପୁରା ସରଗରମ ରହିଛି । ଗୁଜୁରାଟର ବଲସାଦର ବିଜେପି ବିଧାୟକ ଭରତ ପଟେଲ ପୋଲିସ ସହିତ ଏକ ଘଟଣାକୁ ନେଇ ଯୁକ୍ତି କରିବା ସହିତ କହିଥିଲେ ଯେ ମୁଁ ଯଦି ଚାହିଁବି ଏବେ ଦଙ୍ଗା କରିପାରିବି । ତେବେ ତାଙ୍କର ଏହି ବିବାଦିୟ ବୟାନକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଅହିର ସମ୍ପ୍ରଦାୟର ଲୋକେ ଗଣେଶ ଉତ୍ସବର ଶୋଭା ବାହାର କରୁଥିବା ସମୟରେ ପୋଲିସ ଓ ବିଜେପି ନେତା ମଧ୍ୟରେ ଟ୍ରାଫିକ ଜାମ ସମସ୍ୟାକୁ ନେଇ ଯୁକ୍ତି ହୋଇଥିଲା । ଯେଉଁଥିରେ ବଲସାଦର ବିଜେପି ବିଧାୟକ ଭରତ ପଟେଲ ରାଗିଯାଇ ପୋଲିସକୁ ଧମକାଇବା ଏନେକ ପ୍ରକାର ବିବାଦିୟ ବୟାନ ଦେଇଥିଲେ । ଏଥିସହିତ ସେ କହିଥିଲେ ଯେ ମୁଁ ଯେତେବେଳେ ଚାହିଁବି ଦଙ୍ଗା କରାଇ ପାରିବି ।

ବିଧାୟକ ବିବାଦିୟ ବୟାନରେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଜିଆ ଶୋଭାଯାତ୍ରା ବାହାରେ ଆମେ ତାଙ୍କୁ ସହେଯାଗ କରୁ |କିନ୍ତୁ ହିନ୍ଦୁମାନଙ୍କୁ କାହିଁକି ହଇରାଣ କରାଯାଉଛି ? ଏହାପରେ ପୋଲିସ ଇନ୍ସପେକ୍ଟର ବିଧାୟକ ପଟେଲଙ୍କୁ ଶାନ୍ତି ରଖିବାକୁ କହିଥିଲେ । ଯାହାର ପ୍ରତି ଉତ୍ତରେ ବିଜେପି ବିଧାୟକ ଭରତ ପଟେଲ କହିଥିଲେ ଗଣେଶ ଉତ୍ସବରେ ହିନ୍ଦୁମାନଙ୍କ ସହିତ ରହିବା ମୋର କର୍ତ୍ତବ୍ୟ । ଏହି ଉତ୍ସବ ପରେ ମତେ ଗିରଫ କରିବାକୁ ଚେଷ୍ଟା କର ।

Related Articles

Back to top button
WP Twitter Auto Publish Powered By : XYZScripts.com