ଓଡ଼ିଶାକ୍ରୀଡ଼ାଜାତୀୟ

ବାରବାଟୀରେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ଭୁବନେଶ୍ୱର : ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ମଇଦାନକୁ ଓଲ୍ହାଇବେ କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍‌ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ ଶର୍ମା । ମାତ୍ର ୫୦ ରନ ଠାରୁ ଦୂରରେ ଅଛନ୍ତି ହିଟମ୍ୟାନ। ଆଜି ଯଦି ସେ ୫୦ ରନ କରନ୍ତି ତେବେ ତାଲିକାରେ ଓପନର ଭାବରେ ସର୍ବାଧିକ ରନ କରିବାରେ ଦ୍ବିତୀୟରେ ରହିବେ ।

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବିରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ମୋଟ ୩୨୧ ମ୍ୟାଚରେ ୪୧ .୯୦ ହାରରେ ୧୫୭୫୮ ରନ କରିଛନ୍ତି । ସେହିପରି ତେନ୍ଦୁଲକର ୩୪୬ ମ୍ୟାଚରେ ୪୮ .୦୬ ହାରରେ ୧୫୩୩୫ ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ୩୪୨ ମ୍ୟାଚରେ ୪୫ .୨୨ ହାରରେ ୧୫୨୮୫ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ସେ ଯଦି ୫୦ ରନ କରନ୍ତି ତେବେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିବେ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com