Breaking NewsFeaturedଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

OSCAR ଲାଇବ୍ରେରିରେ ସ୍ଥାନ ପାଇଲା କପିଲ ଶର୍ମାଙ୍କ Zwigato

ମୋସନ ପିକ୍‌ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ସ୍ୱତନ୍ତ୍ର କଲେକ୍ସନ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମା । ଜ୍ୱିଗାଟୋରେ ଦମଦାର ଅଭିନୟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଏଥିରେ କପିଲଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ସିନେମାଟି ଅନେକ ଦର୍ଶକଙ୍କୁ ଆକର୍ଶିତ କରିଥିବା ବେଳେ ଅନେକ ଏହାକୁ ସମାଲୋଚନା କରିଥିଲେ । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏହି ସିନେମାଟି ଅନେକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ଏହି ସିନେମାଟି ମୋସନ ପିକ୍‌ଚର ଆର୍ଟ ଆଣ୍ଡ ସାଇନ ଏକାଡେମୀ ବା ଓସ୍କାରରେ ସ୍ୱତନ୍ତ୍ର କଲେକ୍ସନ ଲାଇବ୍ରେରୀରେ ସ୍ଥାନ ପାଇଛି । ଜ୍ୱିଗାଟୋ ଓସ୍କାରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ମାତ୍ରେ ଫିଲ୍ମର ନିର୍ଦ୍ଦେଶକ ତଥା ସହ ଲେଖକ ନନ୍ଦିତା ଦାସ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ ଶେଆର କରିଛନ୍ତି ।

ନନ୍ଦିତା ଲେଖିଛନ୍ତି ଯେ ମୋସନ ପିକ୍‌ଚର ଆଣ୍ଡ ସାଇନ ଏକାଡେମି ବା ଓସ୍କାରରୁ ଏକ ଇ-ମେଲ ଆସିବା ପରେ ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ଖୁସି ହୋଇଯାଇଥିଲି । ସେମାନେ ଜ୍ୱିଗାଟୋ ସ୍କ୍ରିପ୍ଟକୁ ସେମାନଙ୍କ ପରମାନେଣ୍ଟ କୋର କଲେକ୍ସନରେ ସ୍ଥାନ ଦେଉଛନ୍ତି । ଆମେ ଏହି ସିନେମାକୁ ପ୍ରସ୍ତୁତ କରି ଖୁସି । ମୁଁ ବିଶ୍ୱାସ କରେ ଯେ ଯେତେବେଳେ କାହାଣୀ ଗୁଡିକ ବାସ୍ତବ ଏବଂ ପ୍ରସଙ୍ଗ ସହିତ ସଂଯୁକ୍ତ ସେତେବେଳେ ସେମାନେ ସଂସ୍କୃତି ଏବଂ ସୀମା ଭାଙ୍ଗି ବିଶ୍ୱ ସିନେମାର ଏକ ଅଂଶ ହୁଅନ୍ତି । ସେହିପରି ନନ୍ଦିତା ତାଙଅକ ପୋଷ୍ଟରେ ଆହୁରି ମଧ୍ୟ ଲେକିଛନ୍ତି । ମଁ କୃତଜ୍ଞ ଯେ ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ରଙ୍କ ପାଠପଢା ଲାଇବ୍ରେରୀରେ ଅଧିକାର ପାଇଁ ଉପଲବ୍ଧ ହେବ । ମୁଁ ଭାବୁଛି ବର୍ତ୍ତମାନ ଦର୍ଶକଙ୍କୁ ଜ୍ୱିଗାଟୋ ଦେଖିବାର ସୁଯୋଗ ଦିଆଯିବା ଉଚିତ । ଏହି ସମ୍ମାନ ପାଇଁ ଏକାଡେମୀ ଅଫ ମୋସନ ପିକ୍‌ଚର ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀକୁ ଧନ୍ୟବାଦ । କହିବାକୁ ଗଲେ ମୁଁ (ନନ୍ଦିିତା ଦାସ) ଫିଲ୍ମ ଜ୍ୱିଗାଟୋର ନିର୍ଦ୍ଦେଶନା ଦେଇଛି । ଏବଂ ସମୀର ପାଟିଲଙ୍କ ସହ ଫିଲ୍ମ ଲେଖକ । ସିନେମାଟି ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । ବଡ ପରଦାରେ ଜ୍ୱିଗାଟୋ ରିଲିଜ ହେବାର ଅନେକ ମାସ ବିତିଗଲାଣି ହେଲେ ଫିଲ୍ମଟି ଓଟିଟିରେ ରିଲିଜ ହୋଇନାହିଁ । ଆଶା କରୁଛି ଓଟିଟି ପ୍ଲାଟଫର୍ମରେ ରିଲିଜ କରିବୁ ବୋଲି ।

ଯଦି ସିନେମା କଥା କହିବା ତେବେ ଏଥିରେ କପିଲ ଶର୍ମାଙ୍କ ବ୍ୟତୀତ ଶାହାନା ଗୋଶ୍ୱାମୀ, ଗୁଲ ପାନାଗ, ସାୟାନୀ ଗୁପ୍ତା ଏବଂ ସୁନନ୍ଦ କିର୍କିର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମାଟି ଓଡିଶାର ଭୁବନେଶ୍ୱରରେ ଅଧିକାଂଶ ସୁଟିଂ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଟିକସ ମୁକ୍ତ ଘୋଷଣା କରିଥିଲେ । ଏହି ଚଳିଚ୍ଚିତ୍ରଟି ବକ୍ସ ଅଫିସରେ କରାପ ପଦର୍ଶନ କରିଥିବା ବେଳେ ମାତ୍ରା ୩ କାଟି ୫୩ ଲକ୍ଷ ଟଙ୍କା ସଂଗ୍ରହ କରିପାରିଥିଲା । ତେବେ ଏହି ଚଳଚ୍ଚିତ୍ରଟି ମାନସ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ କରାଯାଇଥିଲା । ଯାହାର ଭୂମିକା ନିର୍ବାହ କରିଥିଲେ ହାସ୍ୟ ଅଭିନେତା କପିଲ ଶର୍ମା । ଏହି ସିନେମାଟି ଜଣେ ଜ୍ୱିଗାଟୋ ବଏର ଜାବନ ଶୈଳୀ ଉପରେ ଆଧାରିତ ।

Related Articles

Back to top button
WP Twitter Auto Publish Powered By : XYZScripts.com