ଜାତୀୟରାଜନୀତି

ବିରୋଧୀ ମେଣ୍ଟରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶବନ୍ତ ସିହ୍ନା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିରୋଧୀ ମେଣ୍ଟରୁ ଟିଏମସି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ରାଜି ହୋଇଛନ୍ତି । ଏହାପରେ ସେ ଟିଏମସିରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସିହ୍ନା କହିଛନ୍ତି କି ବିରୋଧୀମାନଙ୍କୁ ଏକଜୁଟ କରି ବ୍ୟାପକ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ କାମ କରିବେ । ଏନସିପି ମୁଖ୍ୟ ଶରଦ ପାୱାର ଓ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ବିରୋଧୀ ମେଣ୍ଟରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ମନା କରିବା ପରେ ଯଶବନ୍ତ ସିହ୍ନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ଗତକାଲି ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ମେଣ୍ଟର ପୁଣି ଏକ ବୈଠକ ବସିଥିଲା । ଏହି ବୈଠକକୁ ମମତା ବାନାର୍ଜୀ ଯାଇ ନଥିଲେ ବି ସେ ଅଭିଷେକ ବାନାର୍ଜୀଙ୍କୁ ପଠାଇଥିଲେ । ସେଠାରେ ଅଭିଷେକ ଯଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ଏହାକୁ ୧୯ ଟି ବିରୋଧୀ ଦଳ ସମର୍ଥନ କରିଥିଲେ । ଏହାପରେ ଏହି ପ୍ରସ୍ତାବକୁ ନେଇ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜଣାଇ ଏକ ଟ୍ୱିଟ କରିଥିଲେ ।ସେପଟେ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏବେ ବି ନୀରବ ରହିଛି ଏନଡିଏ । କିଛି ବିଶେଷ ସୂତ୍ରର ସୂଚନା ମୁତାବକ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ବିଚାର ବିମର୍ଷ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com