ଜାତୀୟ

ଜନ୍ତର ମନ୍ତରରେ କୃଷକଙ୍କ ରଣହୁଙ୍କାର , ଗାଜିପୁର ସୀମା ଦଖଲ-ଭାଙ୍ଗିଲେ ବ୍ୟାରିକେଡ଼

କେନ୍ଦ୍ର ସରକାର ଦେଇଥିବା ସମୟ ଅବଧି ବତି ଯିବା ପରେ ସୋମବାର ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ।  ଦିଲ୍ଲୀରେ ଆରମ୍ଭ ହୋଇଛି କୃଷକଙ୍କ ବିଶାଳ ମହା ପଞ୍ଚାୟତ । ଏହାମଧ୍ୟରେ ଦିଲ୍ଲୀ ଓ ଉତ୍ତରପ୍ରଦେଶକୁ ଯୋଡୁଥିବା ଗାଜୀପୁର ସୀମାକୁ ଆନ୍ଦୋଳନରତ କୃଷକମାନେ ଦଖଲ କରିଛନ୍ତି । ଏହାସହ ଆନ୍ଦୋଳନରତ୍ତ କୃଷକମାନେ ଜନ୍ତରମନ୍ତରରେ ପୋଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ସହ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ମହା ପଞ୍ଚାୟତରେ ସାମିଲ ହେବାକୁ ଭିନ୍ନ ଭିନ୍ନ ରାଜ୍ୟରୁ କୃଷକ ଦିଲ୍ଲୀ ଆସି ପହଁଚିଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ମିଳିତ କୃଷକ ମୋର୍ଚ୍ଚା ସୂଚନା ଦେଇ କହିଛି, ଯଦି ସରକାର କାର୍ଯ୍ୟକ୍ରମରେ କୌଣସି ପ୍ରକାର ବାଧା ସୃଷ୍ଟି କରନ୍ତି ତେବେ ସରକାର ଏଥିପାଇଁ ନିଜେ ଦାୟୀ ରହିବେ । ପ୍ରମୁଖ ଦାବି ମଧ୍ୟରେ  ସ୍ୱାମୀନାଥନ ଆୟୋଗର ସି-୨୦ ପ୍ଲସ ୫୦ ପ୍ରତିଶତ ଫର୍ମୁଲା ଅନୁସାରେ ଏମଏସପିର ଗ୍ୟାରେଣ୍ଟି ଆଇନ ଅଣାଯାଉ ଏବଂ ଦେଶର ସମସ୍ତ କୃଷକଙ୍କୁ ଋଣମୁକ୍ତ କରାଯାଉ । ସେହିଭଳି ବିଜୁଳି ବିଲ୍ ୨୦୨୨କୁ ରଦ୍ଦ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ଏହାଛଡ଼ା ଲକ୍ଷ୍ମିପୁର ଖେରି ନରସଂହାରର ପୀଡିତ କୃଷକ ପରିବାରକୁ ନ୍ୟାୟ ମିଳୁ । ସେହିପରି ଜେଲରେ ବନ୍ଦୀ କୃଷକଙ୍କ ମୁକ୍ତି ଏବଂ ନରସଂହାରର ମୁଖ୍ୟ ଦୋଷୀ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଗିରଫଦାରୀ ପାଇଁ ଦାବି କରାଯାଉଛି । ଅନ୍ୟପକ୍ଷରେ ଗତାକାଲିଠୁ କୃଷକନେତା ରାକେଶ ଟିକାୟତ ଅଟକ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com