ଜାତୀୟ

ତିରୁପତି ଲଡୁ ଅପମିଶ୍ରଣ ଘଟଣାରେ ୪ ଜଣଙ୍କୁ ଗିରଫ କଲା CBI

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ଅପମିଶ୍ରଣ ବିବାଦ ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘CBI’ର ବଡ଼ ଆକ୍ସନ। ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର ମୋଟ ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ଟିଡିପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି । ବୈଷ୍ଣବୀ ଡାଏରୀର ପ୍ରତିନିଧିମାନେ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ । ବୈଷ୍ଣବୀ ଡାଏରୀ ଟେଣ୍ଡର ପ୍ରକ୍ରିୟାକୁ ହେରାଫେରି କରିବା ପାଇଁ ଏଆର ଡାଏରୀ ନାମ ବ୍ୟବହାର କରି ମିଛ ଡକ୍ୟୁମେଣ୍ଟ୍‌ ଏବଂ ସିଲ୍ ତିଆରି କରିଥିଲା । ବୈଷ୍ଣବୀ ଡେରୀ ରୁରକିର ଭୋଲେ ବାବା ଡାଏରୀରୁ ଘିଅ ଆଣୁଥିବା ନକଲି ରେକର୍ଡ ତିଆରି କରି ଦାବି କରିଥିଲା । ତଦନ୍ତ ବେଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com