ବାରବାଟୀରେ ଜିତିଲା ରୋହିତ ବାହିନୀ
![](https://i0.wp.com/odia.mobilenews24x7.com/wp-content/uploads/2025/02/IND-ENG-22.jpg?resize=414%2C232&ssl=1)
କଟକ : ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତି ନେଇଛି ଭାରତ ।ଏହା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଶେଷ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଲଗାତାର ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ଶର୍ମା ବାରବାଟୀ ମ୍ୟାଚ୍ ରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଥିଲେ। ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରି ଭାରତ ବିଜୟରେ ମୁଖ୍ୟ ହିରୋ ସାଜିଥିଲେ।
୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ରୋହିତ ଶର୍ମାଙ୍କ ବ୍ୟତୀତ ଶୁବମନ ଗିଲ୬୦ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୪୪ ଓ ଅକ୍ଷର ପଟେଲ ଅପରାଜିତ ୪୧ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୧ ଓ ଅକ୍ଷର ପଟେଲ ଅପରାଜିତ ରହି ଭାରତକୁ ଫିନିଶ ଲାଇନ ପାର କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମି ଓଭରଟନ ୨, ଲିଆମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ ଓ ଗସ ଆଟକିନସନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।