ଓଡ଼ିଶା

ଘାଟିରେ ଅଘଟଣ, ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ

କାମାକ୍ଷାନଗର() ପିକ୍‌ଅପ୍‌ ଭ୍ୟାନ ଓଲଟି ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର କିରଣ ସାହୁ । ସେ ଆଜି ଅପରାହ୍ନରେ ଚୁଡା ବୋଝେଇ କରି କାମାକ୍ଷାନଗରୁ ନିଜ ଗାଁ ଗଡପଳାଶୁଣି ଫେରୁଥିଲେ । ଆସିବା ବାଟରେ ଜରଡା ଗ୍ରାମ ନିକଟରେ ଘାଟି ଅତିକ୍ରମ କରୁଥିବା ବେଳେ ଭାରସମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଫଳରେ ଗାଡିଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡିବାରୁ ଗାଡି ତଳେ ଚାପି ହୋଇ କିରଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com