ଜାତୀୟ

ମହାକୁମ୍ଭରେ ବୁଡ ପକାଇଲେଣି ୪୩ କୋଟିରୁ ଅଧିକ ଶ୍ରଦ୍ଧାଳୁ, ଆଗକୁ ସଂଖ୍ୟା ଆହୁରି ବଢିବ

ଉତ୍ତରପ୍ରଦେଶ : ଚଳିତ ବର୍ଷ ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇବାକୁ ଲାଗୁଛି ଅସମ୍ଭାଳ ଭିଡ । ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି । ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ମହାତ୍ମା, ବାବାଙ୍କ ସହ ଅନେକ ଭକ୍ତ ବୁଡ ପକାଉଛନ୍ତି । ସଂଗମ ସ୍ଥଳ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ଆସନ୍ତାକାଲି ମାଘ ପୂର୍ଣ୍ଣିମା ଥିବାରୁ ସଂଗମରେ ପବିତ୍ର ସ୍ନାନ ପାଇଁ ଭକ୍ତଙ୍କ ଆହୁରି ସମାଗମ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏଥର ମହାକୁମ୍ଭରେ ବୁଡପକାଇବା ଘଟଣା ରେକର୍ଡ ସୃଷ୍ଟି କରିବ । କାରଣ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୩ କୋଟିରୁ ଅଧିକ ଲୋକ ମହାକୁମ୍ଭରେ ବୁଡ ପକାଇ ସାରିଥିବା ବେଳେ ପୁଣି ଯେଉଁଭଳି ଭିଡ ହେଉଛି ତାକୁ ଦେଖିଲେ ଲାଗୁଛି ଏହି ସଂଖ୍ୟା ୫୦ କୋଟି ପାର୍ କରିବ ବୋଲି । କାରଣ ଆଗକୁ ମହାଶିବରାତ୍ରୀ ଆସୁଛି । ଏହିଦିନ ମହାକୁମ୍ଭରେ ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେବ । ମହାକୁମ୍ଭ ସରିବାକୁ ଥିବା ବେଳେ ହାତରେ ଆହୁରି ୧୫ ଦିନ ବାକି ଅଛି ଯଦି ଶ୍ରଦ୍ଧାଳୁଙ୍କର ଭିଡ ଏମିତି ଲାଗିରହିବ ତେବେ ଏହି ସଂଖ୍ୟା ୫୦ କୋଟି ପାର କରିବ ବୋଲି ଅନୁମାନ କରାଯାଉଛି ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com