ଓଡ଼ିଶା

ଏହିସବୁ ପଞ୍ଜିକାକୁ ଦିଆଗଲା ଶ୍ରୀମନ୍ଦିରର ସ୍ୱୀକୃତି

ପୁରୀ : ଏଣିକି ଆଉ ପୂଜାପର୍ବାଣି ପାଇଁ ଦ୍ଵନ୍ଦ୍ଵ ବଢ଼ାଇବନି ଭିନ୍ନ ଭିନ୍ନ ତିଥି । ଶ୍ରୀମନ୍ଦିରରେ ପ୍ରଚଳିତ ତିଥିକୁ ନେଇ ଆଉ ରହିବନି କିଛି ତାରତମ୍ୟ । ଏଣିକି ଭୁଲ୍ ଭାଲ ରହିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠନ । ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ପଞ୍ଜିକା ସମୀକରଣ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ଆଜି ପାଖାପାଖି ୮ ଜଣ ପଞ୍ଜିକା ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଥି ମଧ୍ୟରୁ ୫ ଜଣ ପାଣ୍ଡୁଲିପି ଦାଖଲ କରିଥିଲେ । ବୈଠକରେ ଶ୍ରୀମନ୍ଦିର ବାର୍ଷିକ ପର୍ବପର୍ବାଣୀ ଅନୁମୋଦିତ ହୋଇଛି । ତାହାକୁ ପାଞ୍ଜିକାର ମାନେ ନିର୍ଭୁଲ୍ ଭାବେ ପାଞ୍ଜିରେ ପ୍ରକାଶନ କରିବାକୁ ସହମତି ଦେଇଛନ୍ତି । ଶ୍ରୀମନ୍ଦିର ପକ୍ଷରୁ ମୋଟ ୫ଟି ପଞ୍ଜିକାକୁ ସ୍ଵୀକୃତି ଦିଆ ଯାଇଛି । ଶ୍ରୀମନ୍ଦିର ସ୍ଵୀକୃତି ପାଇଥିବା ୫ଟି ପାଞ୍ଜି ଗୁଡିକ ହେଲା- ରାଧାରମଣ, କୋହିନୂର, ଅରୁଣଦୋୟ, ଜିଏନ୍ ତ୍ରିପାଠୀ, ଭାଗ୍ୟଦୀପ । ଓଡ଼ିଶାର ଜନସାଧାରଣ ଏହି ୫ଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com