ମନୋରଞ୍ଜନ

ଫାଷ୍ଟ ଫ୍ଲପ ,ଏବେ ସୁପରହିଟ୍‌

ମୁମ୍ବାଇ : ବକ୍ସ ଅଫିସରେ ଧମାଲ କରୁଛି ହିନ୍ଦୀ ଫିଲ୍ମ ‘ସନମ ତେରୀ କସମ’ । ପୂର୍ବ ଅପେକ୍ଷା ଭଲ ରେଜଗାର କରୁଛି ଫିଲ୍ମ ‘ସନମ୍ ତେରୀ କସମ୍’ । ୨୦୧୬ ମସିହାରେ ଯେତେବେଳେ ଏହି ଫିଲ୍ମଟି ପ୍ରଥମ ଥର ପାଇଁ ମୁକ୍ତିଲାଭ କରିଥିଲା ଏହାର ମୋଟ ୯.୧୧ କୋଟି ଟଙ୍କା ସଂଗ୍ରହ ଥିଲା। କିନ୍ତୁ ଏବେ ମାତ୍ର ୪ ଦିନରେ ବିପୁଳ ପରିମାଣର ରୋଜଗାର କରି ଧମାଲ କରିଛି ଏହି ଫିଲ୍ମଟି । ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ‘ସନମ ତେରୀ କସମ’ ୨୦୧୬ରେ ମୁକ୍ତିଲାଭ କରିଥିଲା ।

କିନ୍ତୁ ରି-ରିଲିଜ ପରେ ଏହି ଫିଲ୍ମ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ‘ସନମ୍ ତେରୀ କସମ୍’ ଏକ ରୋମାଣ୍ଟିକ୍ ଫିଲ୍ମ ।ଯେଉଁଥିରେ ମାୱରା ଜଣେ ଦକ୍ଷିଣ ଭାରତୀୟ ଝିଅ ସରସ୍ୱତୀ (ସରୁ) ଭୂମିକାରେ ନଜର ଆସିଥିଲେ। କିନ୍ତୁ କୌଣସି ପୁଅ ତାଙ୍କୁ ବିବାହ ପାଇଁ ପସନ୍ଦ କରୁନଥିଲେ। ଏବଂ ଏହି ଫିଲ୍ମରେ ହର୍ଷବର୍ଦ୍ଧନ ‘ଇନ୍ଦର’ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମଟି ସରୁ ଏବଂ ଇନ୍ଦରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା। ଏହି ଫିଲ୍ମଟି ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିଲା । ସେତେବେଳେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। କିନ୍ତୁ ୯ ବର୍ଷ ପରେ ଫିଲ୍ଲଟି ପୁଣିଥରେ ରିଲିଜ ହୋଇଛି । ୭ ଫେବୃଆରୀରେ, ୨୦୨୫ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭରେ, ଏହି ଫିଲ୍ମଟି ପ୍ରେକ୍ଷାଳୟରେ ରି-ରିଲିଜ ହୋଇଥିଲ। ଯାହା ଏବେ ହିଟ୍ ହୋଇଛି ।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com