Breaking NewsFeaturedଜାତୀୟମନୋରଞ୍ଜନ

ସାଉଥ ସୁପରଷ୍ଟାରମାନେ ଫିଲ୍ମ ପିଛା କେତେ ଟଙ୍କା ନିଅନ୍ତି, ଜାଣନ୍ତୁ କାହା ଡିମାଣ୍ଡ କେତେ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାରା ଦେଶରେ ଏବେ ସାଉଥ ଫିଲ୍ମର ପ୍ରବଳ କ୍ରେଜ ରହିଛି । ଯେଉଁଥିପାଇଁ ସାଉଥ ଫିଲ୍ମର କାହାଣୀକୁ ଦେଖି ଅନ୍ୟ ରାଜ୍ୟର ପ୍ରଯୋଜକମାନେ ଚଳଚିତ୍ର ନିର୍ମାଣ କରୁଛନ୍ତି । ଖାଲି ଯେ, ସାଉଥ ଫିଲ୍ମର କ୍ରେଜ୍ ରହିଛି ତାହା ନୁହେଁ ସାଉଥ୍ ସୁପରଷ୍ଟାରମାନଙ୍କର ମଧ୍ୟ ରହିଛି ଦବଦବା । ତେବେ ଆପଣ ଜାଣିଛନ୍ତି କି ସାଉଥ ସୁପରଷ୍ଟାରମାନେ ଗୋଟିଏ ଫିଲ୍ମ ପିଛା କେତେ ଟଙ୍କା ନିଅନ୍ତି । ଆଜି ଆମେ ଆପଣଙ୍କୁ କହିବୁ କିଏ ସବୁଠୁ ଅଧିକ ଟଙ୍କା ଦାବି କରିଥାନ୍ତି ।

ଗୋଟିଏ ଫିଲ୍ମ ପାଇଁ ସାଉଥ ସୁପରଷ୍ଟାର ସୁରିୟା ସିଙ୍ଘମ୍ – ୨୦ରୁ ୨୫ କୋଟି ଦାବି କରିଥାନ୍ତି।

ସୁପରଷ୍ଟାର ରାମ ପୋଥନାନ ଜଣେ ଏନର୍ଜିଟେିକ ଷ୍ଟାର। ଅନେକ ସୁପରହିଟର ଫିଲ୍ମ ତାଙ୍କର ରହିଛି । ସେ ଗୋଟିଏ ଚଳଚିତ୍ରରେ ଅଭିନୟ କରିବାପାଇଁ ୨୦ରୁ ୨୫ କୋଟି ଡିମାଣ୍ଡ କରନ୍ତି।

ସାଉଥ ସୁପରଷ୍ଟାର ଜୁନିୟର ଏନ.ଟି.ଆର ଏବେ ପ୍ରବଳ କ୍ରେଜରେ ରହିଛନ୍ତି। ସେ ଗୋଟିଏ ଫିଲ୍ମରେ ଅଭିନୟ କରିବାପାଇଁ ପ୍ରଯୋଜକଙ୍କୁ ୨୫ରୁ ୩୦ କୋଟି ଟଙ୍କା ଦାବି କରନ୍ତି।

ସେହିଭଳି ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ସପ୍ତମ ସ୍ଥାନରେ ରହିଛନ୍ତି । ଅନେକ ସୁପରହିଟ ଫିଲ୍ମ ରହିଛି ରାମ ଚରଣଙ୍କ ନାମରେ । ଗୋଟିଏ ଫିଲ୍ମ ପାଇଁ ସେ ମଧ୍ୟ ୨୫ରୁ ୩୦ କୋଟି ଦାବି କରିଥାନ୍ତି ।

ଆଉ ଜଣେ ସୁପରଷ୍ଟାର ହେଉଛନ୍ତି ମହେଶ ବାବୁ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହେଶ ବାବୁଙ୍କର ଅନେକ ସୁପହିଟ ଫିଲ୍ମ ରହିଛି । ନିକଟରେ ଫିଲ୍ମ ବଜେଟକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ ମହେଶ । ଏହି ଅଭିନେତା ଜଣକ ଗୋଟିଏ ଫିଲ୍ମ ପାଇଁ ପ୍ରଯୋଜକଙ୍କ ଠାରୁ ୪୫ରୁ ୫୦ କୋଟି ଦାବି କରନ୍ତି ।

ସେହିଭଳି ଆଉ ଜଣେ ସୁପରଷ୍ଟାର ହେଉଛନ୍ତି ବିଜୟ ଥାଲାପତି । ବିଜୟଙ୍କର ଅନେକ ସୁପରହିଟ ବ୍ଲକବଷ୍ଟର ଫିଲ୍ମ ରହିଛି ସାଉଥ ଇଣ୍ଡଷ୍ଟ୍ରିରେ । ବହୁ ନାମୀ ଦାମୀ କଳାକାରଙ୍କ ସହିତ ମଧ୍ୟ ସେ ଅଭିନୟ କରିଛନ୍ତି । ଯଦି ବିଜୟଙ୍କ ଫି କଥା କହିବା ତେବେ ଗୋଟିଏ ଫିଲ୍ମ ପାଇଁ ୫୦ ରୁ ୫୫ କୋଟି ଡିମାଣ୍ଡ କରନ୍ତି ।

ଯଦି ସାଉଥ କଥା କହୁଛେ ତେବେ କେମିତି ଭୁଲିବା ମେଗାଷ୍ଟାର ଚିରଞ୍ଜୀବୀଙ୍କୁ । ଚିରଞ୍ଜୀବୀ ଗତ ୪୦ ରୁ ଅଧିକ ବର୍ଷ ଧରି ସାଉଥ୍ ଫିଲ୍ମରେ ସକ୍ରିୟ ରହିଛନ୍ତି । ଶହ ଶହ ସୁପରହିଟ ଫିଲ୍ମ ରହିଛି ଚିରଞ୍ଜୀବୀଙ୍କ ନାମରେ । ଗୋଟିଏ ଚଳଚିତ୍ର ପାଇଁ ସେ ୫୦ କୋଟି ଦାବି କରନ୍ତି ।

ସେହିଭଳି ଅଧିକ ଟଙ୍କା ନେଉଥିବା ସୁପରଷ୍ଟାରଙ୍କ ଭିତରେ ରହିଛନ୍ତି ପବନ କଲ୍ୟାଣ । ଗୋଟିଏ ଫିଲ୍ମରେ କାମ କରିବା ପାଇଁ ପବନ କଲ୍ୟାଣ ୫୦ରୁ ୫୫ କୋଟି ଟଙ୍କା ଦାବି କରିଥାନ୍ତି ।

ସେହିପରି ମହଙ୍ଗା ସୁପରଷ୍ଟାର ଭାବେ ରହିଛନ୍ତି ବାହୁବଳୀ ପ୍ରଭାସ । ଗୋଟିଏ ଫିଲ୍ମ ପାଇଁ ସେ ୮୦ କୋଟି ଦାବି କରିଥାନ୍ତି । ତେବେ ନିକଟରେ ସେ ଏକ ଫିଲ୍ମ ପାଇଁ ୧୦୦ କୋଟି ଦାବି କରିଥିବା ଜଣାପଡିଛି ।

ଆକ୍ସନ ଷ୍ଟାର ଅଲ୍ଲୁ ଅର୍ଜ୍ଜୁନ । ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିବା ଏହି ସାଉଥ ସୁପରଷ୍ଟାର ଜଣକ ଗୋଟିଏ ଫିଲ୍ମରେ କାମ କରିବାପାଇଁ ୪୫ କୋଟି ଟଙ୍କା ଦାବି କରୁଥିଲେ । ମାତ୍ର ଏବେ ପୁଷ୍ପା-୧ ପରଠାରୁ ସେ ପୁଷ୍ପା-୨ ପାଇଁ ୧୨୫ କୋଟି ନେବା ପାଇଁ ରାଜି ହୋଇଥିବା ଜଣାପଡିଛି । ଜଣାଶୁଣା ଏହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ୩୦ରୁ ୫୦ କୋଟି ଟଙ୍କା ଦାବି କରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com