Featuredଜାତୀୟ

ISRO ଉତକ୍ଷେପଣ କଲା ସର୍ବବୃହତ ରକେଟ୍ ଲଞ୍ଚର ଏଲଭିଏମ-୩

ଭାରତୀୟ ମହାକାଶ ଗବେଷଣା ସଂଗଠନ ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି।

ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତ୍ କ୍ଷେପଣ କରାଯାଉଛି। ଏଲ୍ଭିଏମ୍୩ ରକେଟ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ଓଜନ ବିଶିଷ୍ଟ । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com