ମନୋରଞ୍ଜନ

ୟୁଟ୍ୟୁବ ହଟାଇଲା ରଣବୀର ଆଲ୍ଲାହାବାଦିଆଙ୍କ ଭିଡିଓ

ନୂଆଦିଲ୍ଲୀ: ଚାରିଆଡୁ ବିବାଦ ପରେ ରଣବୀର ଆଲ୍ଲାହାବାଦିଆଙ୍କ ବିବାଦୀୟ ଭିଡିଓକୁ ହଟାଇ ଦେଇଛି ୟୁଟ୍ୟୁବ । ସମୟ ରୈନାଙ୍କ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ’ରେ ଅଶ୍ଳୀଳ ଟିପ୍ପଣୀ ଦେଇ ବିବାଦରେ ଛନ୍ଦି ହୋଇଥିଲେ ୟୁଟ୍ୟୁବର୍ ଆଲ୍ଲାହାବାଦିଆ । ପରେ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ’ର ଆୟୋଜକଙ୍କ ବିରୁଦ୍ଧରେ ମୁମ୍ବାଇ କମିଶନର ଏବଂ ମହାରାଷ୍ଟ୍ର ମହିଳା କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଗୌହାଟୀ ପୋଲିସ ରଣବୀର ଏବଂ ଅନ୍ୟ ହାସ୍ୟ ଅଭିନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଏକ ଆଲୋଚନା ସମୟରେ ଜଣେ ପ୍ରତିଯୋଗୀଙ୍କ ପରିବାର ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ରଣବୀର ଆଲ୍ଲାହାବାଦିଆ । ଯେଉଁଥିରେ ତାଙ୍କ ପିତାମାତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ଯାହାକୁ ନେଇ ବିରୋଧର ଶିକାର ହୋଇଛନ୍ତି ୟୁଟ୍ୟୁବର୍ ଆଲ୍ଲାହାବାଦିଆ ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com