ଓଡ଼ିଶା

ଖସିଲା ସୁନା ଦର

ଭୁବନେଶ୍ୱର : ବଜାରରେ ଦିନକୁ ଦିନ ହୁ ହୁ ହୋଇ ବଢୁ ଚାଲିଛି ସୁନା ଦର । ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବଜେଟ୍ ଆସିବା ପରେ ଲଗାତର ସୁନା ଦର ବଢ଼ିବାରେ ଲାଗିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଥିବା ବେଳେ ଆଜି ବଜାରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଗତକାଲି ଠାରୁ ଆଜିର ଦର ସାମାନ୍ୟ କମ୍ ରହିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୮୦,୧୦୦ ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୭୯,୪୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୭,୩୮୦ ଟଙ୍କାରୁ କମି ୮୬,୬୭୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୪୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com