ଐତିହ୍ୟ ଓ ସଂସ୍କୃତିଜାତୀୟ

ଅମୃତ ସ୍ନାନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶ : ଆଜି ହେଉଛି ପବିତ୍ର ମାଘପୂର୍ଣ୍ଣିମା । ବିଶ୍ବାସ ଅଛି ଏହି ପବିତ୍ର ମାଘପୂର୍ଣ୍ଣିମାରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମହାପୂଣ୍ଣ୍ୟ ମିଳିଥାଏ । ଅନ୍ୟପଟେ ମହାକୁମ୍ଭରେ ଆଜି ତୃତୀୟ ଅମୃତ ସ୍ନାନ ହୋଇଥିବାରୁ ପ୍ରୟାଗରାଜରେ ଦେଖିବାକୁ ମିଳିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ । ବିଭିନ୍ନ ଘାଟରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ସୂଚନା ଅନୁସାରେ ସକାଳେ ପାଖାପାଖି ୭୪ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବାବେଳେ ଆଜି ଏହାର ସଂଖ୍ୟା ପ୍ରାୟ ଅଢ଼େଇ କୋଟି ଟପିବା ଅନୁମାନ କରାଯାଉଛି । ସେପଟେ ସେଠାରେ ପୂର୍ବଭଳି କିଛି ଅପ୍ରୀତିକର ପରିସ୍ଥିତି ନହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ସଜାଗ ଅଛନ୍ତି ରାଜ୍ୟ ସରକାର । ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବା ସହ ୧୩୩ ଏୟାର ଆମ୍ବୁଲାନ୍ସକୁ ମୁତୟନ କରାଯାଇଛି । ଆସନ୍ତା ଫେବୃଆରୀ ୧୨ ତାରିଖ ପର୍ୟ୍ୟନ୍ତ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଘୋଷଣା କରାଯିବା ସହ ଭିଭିଆଇପି ପାସକୁ ରଦ୍ଦ କରାଯାଇଛି ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com