ମନୋରଞ୍ଜନ

ରଣବୀର ଆଲ୍ହାବାଦିଆଙ୍କ ଘରେ ପଶିଲା ପୋଲିସ

ନୂଆଦିଲ୍ଲୀ : ୟୁଟ୍ୟୁବର ରଣବୀର ଆଲ୍ହାବାଦିଆଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ରିଆଲିଟି ସୋ ଇଣ୍ଡିଆସ ଗଟ ଲାଟେଣ୍ଟରେ ବିବାଦୀୟ କମେଣ୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ରଣବୀର । ରଣବୀରଙ୍କ ନାଁରେ ପୁଲିସରେ ମାମଲା ରୁଜୁ ହେବା ସହ ମୁମ୍ବାଇ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିବା ସହ ପୁଲିସ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିବା ଜଣାପଡିଛି । ସେହିପରି ଗତକାଲି ରଣବୀର ଦେଇଥିବା ମନ୍ତବ୍ୟ ଭିଡିଓ ଓ ଇଣ୍ଡିଆସ ଗଟ ଲାଟେଣ୍ଟ ସୋର କଣ୍ଟେଣ୍ଟକୁ ୟ୍ୟୁଟ୍ୟୁବରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏନଏଚଆରସି ।ସେପଟେ ସଂସଦରେ ମଧ୍ୟ ୟୁ୍ଟ୍ୟୁବରଙ୍କ ମନ୍ତବ୍ୟ ପ୍ରସଂଗ ଉଠିଛି । ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠିବା ସହ ଖୁବଶୀଘ୍ର ୟୁଟ୍ୟୁବର ରଣବୀରଙ୍କୁ ସମନ କରିଯିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ଗତ ସପ୍ତାହରେ ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ରେ ରଣବୀର ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com