Breaking Newsଓଡ଼ିଶାଶିକ୍ଷା
ଏଣିକି ୯ମ,୧୦ମ ପିଲା ଖାଇବେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବେ ରାଜ୍ୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଏହି ଯୋଜନାରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ସୁବିଧା ପାଉଥିଲେ । ଗତକାଲି କଟକ ସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେପଟେ ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ‘ଐତିହ ବିଦ୍ୟାଳୟ’ ମାନ୍ୟତା ପ୍ରଦାନ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।