Featuredଓଡ଼ିଶାରାଜନୀତି

ବିଧାନସଭାରେ ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କ ଅଭିଭାଷଣ; ବିକଶିତ ଭାରତରେ ବିକଶିତ ଓଡ଼ିଶା ଭୂମିକାକୁ ଗୁରୁତ୍ୱ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କ ଅଭିଭାଷଣ । ଗୃହରେ ବଜେଟ ଅଧିବେଶନ ପୂର୍ବରୁ ସଦସ୍ୟମାନଙ୍କ ଆଗରେ ପ୍ରଥମ ଥର ପାଇଁ ରଖିଲେ ଭାଷଣ । ଉଦବୋଧନ ସମୟରେ ଜୟଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ସେ ବିକଶିତ ଭାରତରେ ଓଡ଼ିଶାର ଭୂମିକା କଥାକୁ ଗୁରୁତ୍ୱ ଦେଇଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ଗ୍ରହଣ ବୋଲି ଆଜି ବଜେଟ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପଟି।

ସେ କହିଛନ୍ତି, ଖଣିଜ ସଂପଦରେ ଓଡ଼ିଶା ଭରପୂର । ଓଡ଼ିଶା ତାର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ।
ଏଥିସହିତ ସେ କହିଛନ୍ତି, ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି । ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ୟ୍ୟ କରୁଛି । ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ । ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛୁ । ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com