Breaking NewsFeatured

୧୯ ରୁ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର : ଫେବୃଆରୀ ମାସ ଟାଇଂ ଟାଇଂ ଖରାରୁ ମିଳିବାକୁ ଯାଉଛି ତ୍ରାହି । ଆଞ୍ଚଳିକ ପାଣିପାଗ ବିଭାଗ ଦେଲା ବଡ ସୂଚନା । ଆସନ୍ତା ୧୯ ରୁ ୨୧ ମଧ୍ୟରେ ହେବ ହାଲୁକାରୁ ମଧ୍ୟମ ବର୍ଷା । ୯ ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ବର୍ଷା ସମ୍ଭାବନା ରହିଛି। କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ ମଧ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ଚଳିତ ବର୍ଷ ପ୍ରଥମ ଥର ଫେବୃଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ଗତବର୍ଷ ଫେବୃଆରୀ ଆଜିର ଦିନରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଫେବୃଆରୀ ୧୦ ତାରିଖରେ ୩୪ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୧୧ ସହର। ଫେବୃଆରୀ ୧୧ ତାରିଖରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com