Breaking NewsFeaturedଓଡ଼ିଶା
ପୁଣି ବଢିଲା ଇ-କେୱାଇସି ଅବଧି
![](https://i0.wp.com/odia.mobilenews24x7.com/wp-content/uploads/2025/02/assembly.jpg?resize=750%2C430&ssl=1)
ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ଇ-କେୱାଇସି ଅବଧି । ଆସନ୍ତା ମାସ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଅବଧି ବଢାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପଞ୍ଚମ ଥର ପାଇଁ ଇ-କେୱାଇସି ଅବଧି ବଢାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର । ତେବେ ରିପୋର୍ଟ ଅନୁସାରେ , ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହିନ୍ତି । ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।