ଓଡ଼ିଶା

ଓଲିଉଡ଼ର ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା,ସିନେ ଓ ଯାତ୍ରା ଜଗତ ସ୍ତବ୍ଧ

ଏକ ଅଭାବନୀୟ ଘଟଣା କ୍ରମେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ରାଇମୋହନ ଆତ୍ମହତ୍ୟ କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି । ପୋଲିସ ରାଇମୋହନଙ୍କ ଝୁଲନ୍ତା ଶବକୁ ତାଙ୍କର ଭୁବନେଶ୍ୱର ପଳାଶୁଣୀ ନିକଟବର୍ତ୍ତି ପ୍ରାଚୀ ବିହାର ବାସଭବନରୁ ଜବତ କରିଛି । କେଉଁ ପରିସ୍ଥିତିରେ ଏବଂ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ତେବେ ପାରିବାରିକ ଅଶାନ୍ତିରୁ ସେଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କର ପ୍ରସଂଶକମାନେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଏବଂ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ରାଇମୋହନ ଓଲିଉଡ଼ର ଆଗଧାଡ଼ିର ଜଣେ ଲୋକପ୍ରିୟ ଖଳ ଅଭିନେତା ଭାବେ ବେଶ୍ ପରିଚିତ ଥିଲେ । ସେହିଭଳି ଯାତ୍ରା ଜଗତରେ ମଧ୍ୟ ତାଙ୍କର ଉଚ୍ଚକୋଟୀର ଅଭିନୟ ବେଶ୍ ପ୍ରଭାବୀ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com