Breaking NewsFeaturedଓଡ଼ିଶା

ପୁଣି ଆଉ ଏକ ଜୀବନ ନେଲା ମୋ ବସ୍‌

ଭୁବନେଶ୍ୱର : ରାଜଧାନୀରେ ପୁଣି ଆଉ ଏକ ଜୀବନ ନେଲା ମୋ ବସ୍‌ । ଗତକାଲି ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ମୋ ବସ୍‌ । DN ରେଗାଲିଆ ସାମ୍ନାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହାଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତମାଣ୍ଡୋ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଏହା ପୂର୍ବରୁ ମଧ୍ୟ ମୋ ବସ୍‌ ଆଉ ଏକ ଜୀବନ ନେଇଥିଲା, ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଥିବାବେଳେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ସାଧାରଣ ଲୋକେ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com