Featuredଜାତୀୟମନୋରଞ୍ଜନ

ଗିରଫ ଭୟରେ ଫେରାର ହୋଇଗଲେ ରଣବୀର ଆଲ୍ଲହାବାଦିଆ

ନୂଆଦିଲ୍ଲୀ : ରିଆଲିଟି ସୋ ରେ ଅଶ୍ଳୀଳ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ ଏବେ ଗିରଫ ଭୟରେ ଦେଶ ଛାଡି କୁଆଡେ ପଳାଇଛନ୍ତି ୟୁଟ୍ୟୁବର ରଣବୀର ଆଲ୍ଲହାବାଦିଆ । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ପାଉ ନାହିଁ ପୁଲିସ। ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ଦେଖାଉଥିବା ବେଳେ ଘରେ ତାଲା ପଡ଼ିଛି। ଏମିତିକି ଆଲ୍ଲାହବାଦିଆଙ୍କ ଓକିଲଙ୍କ ସହ ମଧ୍ୟ କୌଣସି ସମ୍ପର୍କ ହୋଇପାରୁ ନାହିଁ ବୋଲି କହିଛି ମୁମ୍ବାଇ ପୁଲିସ। ୟୁଟ୍ୟୁବ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ରେ ମା ବାପାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ରଣବୀର । ଏହି ମାମଲାରେ ତଦନ୍ତ ପାଇଁ ପୁଲିସ ପଚରାଉଚରା କରିବାକୁ ତାଙ୍କୁ ଡାକିଥିଲା। ହେଲେ ସେ ହାଜର ନ ହେବା ପରେ ଆଜି ପୁଣିଥରେ ତାଙ୍କୁ ମୁମ୍ବାଇର ଖର ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ କେଉଁଆଡ଼େ ଗାୟବ ହୋଇଯାଇଛନ୍ତି। ଆଲ୍ଲହାବାଦିଆଙ୍କ ବିରୋଧରେ ଏକାଧିକ ରାଜ୍ୟରେ ମାମଲା ରୁଜୁ ହୋଇଛି। ତେଣୁ କାଳେ ସେ ଗିରଫ ହୋଇଯିବେ ସେହି ଭୟରେ ସେ ସୁପ୍ରିମକୋର୍ଟରେ ଆଗୁଆ ଆବେଦନ କରିଥିଲେ। ସବୁ ମାମଲାଗୁଡ଼ିକ ଏକାଠି କରିବା ସହିତ ମାମଲାର ତୁରନ୍ତ ଶୁଣାଣି ପାଇଁ ସେ କୋର୍ଟରେ ଆବେଦନ କରିଥିଲେ କିନ୍ତୁ ସୁପ୍ରିମ କୋର୍ଟ ମାମଲା ଶୀଘ୍ର ଶୁଣାଣି କରିଦେବା ପାଇଁ ମନ କରିବା ପରେ ସେ କେଉଁଆଡେ ଚାଲିଯାଇଥିବା ଏବେ ଚର୍ଚ୍ଚା ହେଉଛି ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com