Featuredଓଡ଼ିଶା

ପାଞ୍ଜି କହୁଛି ପାଣିପାଗ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଖଡ଼ିରତ୍ନ ପଞ୍ଜିକାର ମାର୍ଚ୍ଚମାସର ଭବିଷ୍ୟବାଣୀ

ସମୟ ସହିତ ତାଳ ଦେଇ ଆଗକୁ ବଢି ଚାଲିଛି ବିଜ୍ଞାନ । ବର୍ତ୍ତମାନର ଟେକ୍ନୋଲୋଜିର ଦୁନିଆରେ ହାତ ପାହାନ୍ତାରେ ମିଳି ଯାଉଛି ସବୁକିଛି ସୁବିଧା । ଗୋଟିଏ କ୍ଲିକ୍‌ରେ ହୋଇ ଯାଉଛି ସବୁ କିଛି କାମ । ବିଜ୍ଞାନର ଏହି ଯୁଗରେ ଜ୍ୟୋତିଷ , ପାଞ୍ଜିକୁ କିଏ ବା ବିଶ୍ୱାସ କରୁଛି । କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପାଞ୍ଜିର ଏକ ନିର୍ଦ୍ଧିଷ୍ଟ ପୃଷ୍ଠା ଆପଣଙ୍କୁ ଭୁଲ ପ୍ରମାଣିତ କରିଦେବ । ସାଧାରଣତଃ ଭାବେ ଆମକୁ ବର୍ଷା ସମ୍ବନ୍ଧୀୟ ସୂଚନା ପାଣିପାଗ ବିଭାଗରୁ ମିଳିଯାଏ । କିନ୍ତୁ ସେମାନେ ଯେଉଁ ସୂଚନା ବର୍ତ୍ତମାନ ପ୍ରଦାନ କରୁଛନ୍ତି ତାହାକୁ ବର୍ଷେ ଆଗରୁ ପାଞ୍ଜି ସୂଚାଇଛି । ଏବଂ ତା ବି ଖୁବ୍ ନିର୍ଭୁଲ ଭାବରେ । ଯଦି ଆମେ ଭାଇରାଲ ହେଉଥିବା ପାଞ୍ଜିକାର ତଥ୍ୟ ସହ ପାଣିପାଗ ବିଭାଗର ତଥ୍ୟକୁ ମିଶାଇବା ତେବେ ଏହା ସମ୍ପୂର୍ଣ୍ଣ ସମାନ ବୋଲି ଜଣା ପଡ଼ିବ । ପଞିକା ଅନୁଯାୟୀ ମାର୍ଚ୍ଚ ୧୬ରୁ ୧୯, ୨୩ରୁ ୨୬ , ୨୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ. ଏପ୍ରିଲ ୪ରୁ ୧୦ ପର୍ଯ୍ୟନ୍ତ କାଳ ବୈଶାଖୀ ସହ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ତଥ୍ୟ ପ୍ରଦାନ କରାଯାଇଛି । ସେପଟେ ଏହି ସମାନ ତଥ୍ୟ ଏହି ନିର୍ଦ୍ଧିଷ୍ଟ ତାରିଖ ପାଇଁ ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏଠାରୁ ମଧ୍ୟ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜ୍ଞାନ ସହ ଜ୍ୟୋତିଷ ସାସ୍ତ୍ର ମଧ୍ୟ ସଠିକ୍ ତଥ୍ୟ ପ୍ରଦାନ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com