Featuredଜାତୀୟ

ଏହି ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ : ମଦ କାହା ପାଇଁ କେମିତି ହୋଇଥାଏ । ମଦ କାହାର ସଂସାର ଭାଙ୍ଗିଥାଏ ତ ଆଉ କାହାର ଟେନସନ୍ ଦୂର କରିଥାଏ। ବର୍ତ୍ତମାନ ପରିସ୍ଥିତିରେ ଦେଖିବାକୁ ଗଲେ ବିଭିନ୍ନ ପାର୍ଟି , ପ୍ରୋଗ୍ରାମରେ ପୁରୁଷଙ୍କ ଅପେକ୍ଷା ଏବେ ଅଧିକ ମହିଳାଙ୍କୁ ମଦ୍ୟପାନ କରୁଥିବାର ଦେଖିବାକୁ ମିଳୁଛି। ଧିରେ ଧିରେ ମଦ ଏବେ ମହିଳାଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କର ପ୍ରିୟ ପାଲଟିଗଲାଣି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି କେଉଁ ରାଜ୍ୟରେ ଅଧିକ ମହିଳା ଏବଂ ପୁରୁଷ ମଦ୍ୟପାନ କରିଥାନ୍ତି ? ଏହି ପ୍ରସଙ୍ଗରେ କେନ୍ଦୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ଏହି ସର୍ଭେରେ ନର୍ଥ ଇଷ୍ଟ୍ ର ନାଁ ଲିଷ୍ଟର ପ୍ରଥମରେ ରହିଛି । ଏହାର ଅର୍ଥ ହେଉଛି ମଦ୍ୟପାନ କରିବାରେ ନର୍ଥ ଇଷ୍ଟର ମହିଳାମାନେ ପ୍ରଥମ ସ୍ଥାନରେ ରହିଛନ୍ତି । ସର୍ଭେ ମୁତାବକ , ମଦ୍ୟପାନ କରିବାରେ ସମଗ୍ର ଦେଶରେ ଆସାମର ମହିଳାମାନଙ୍କ ସଂଖ୍ୟା ସର୍ବାଧିକ ଅଟେ । ଦେଶରେ ୧୫ ରୁ ୪୯ ବର୍ଷ ବୟସର ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧.୨ % ଥିବାବେଳେ ଆସାମରେ ୧୬.୫ % ମହିଳା ମଦ୍ୟପାନ କରନ୍ତି । ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୮.୭ % ମହିଳା ମଦ୍ୟପାନ କରୁଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିଭଳି ଏହି ସର୍ଭେରେ ଅରୁଣାଚଳ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଏଠାରେ ୩.୩ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ସିକ୍କିମ ଓ ଛତିଶଗଡ଼ ରହିଛି, ଯେଉଁଠାରେ ୦.୩ % ଓ ୦.୨ % ମହିଳା ମଦ୍ୟପାନ କରନ୍ତି। ଏହାଛଡା ଅରୁଣାଚଳ ପ୍ରଦେଶରେ ପୁରୁଷମାନେ ସର୍ବାଧିକ ମଦ୍ୟପାନ କରନ୍ତି । ଏଠାରେ ୧୫ ରୁ ୪୯ ବର୍ଷ ବୟସର ୫୯ % ପୁରୁଷ ମଦ୍ୟପାନ କରନ୍ତି ବୋଲି କେନ୍ଦୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ହୋଇଥିବା ସର୍ଭେରେ ପ୍ରକାଶ ପାଇଛି ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com