କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ରୋହିତ ବାହିନୀ

ନୂଆଦିଲ୍ଲୀ : ଆସନ୍ତା ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । ଚଳିତ ଥର ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ହାଇବ୍ରିଡ଼ ମଡେଲରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଦୁବାଇରେ ଖେଳିବ । ଆସନ୍ତା ଫେବୃଆରୀ ୨୦ରେ ଭାରତ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ ଏବଂ ୨୩ରେ ମୁହାଁମୁହିଁ ହେବେ ୨ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ ।

ଚଳିତ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫିର ବଡ଼ ଦାବିଦାର ରହିଛି ଭାରତ। ବର୍ଡ଼ର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ଦଳ ଏବେ କମବ୍ୟାକ କରିଛି। ଇଂଲଣ୍ଡ ବିପକ୍ଷ ତିନୋଟି ଦିନିକିଆରେ ଦଳ ପୁରା ସିରିଜକୁ କ୍ଲିନ ସୁଇପ କରିନେଇଛି । ଲଗାତାର ଖରାପ ଫର୍ମ ପାଇଁ ଟ୍ରୋଲ ହେଉଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ବି ଜବରଦସ୍ତ ଫର୍ମକୁ ଫେରିଛନ୍ତି । ଚାମ୍ପିଅନ୍ସ ଟ୍ରଫି ଲାଗି ୧୫ ଜଣିଆ ଦଳ ଚୟନ ବେଳେ ଭାରତକୁ ବେଶ୍ ରିସ୍କ ନେବାକୁ ପଡ଼ିଛି । ଆହତ କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ଜଶପ୍ରୀତ ବୁମରା ବାଦ୍ ପଡ଼ିବା ପରେ ଭାରତର ସମସ୍ତ ରଣନୀତି ସଫଳ ସାବ୍ୟସ୍ତ ହେବ କି ନାହିଁ ତାହା ସନ୍ଦେହରେ । ଦୁବାଇ ଯିବାକୁ ଥିବା ଭାରତୀୟ ଦଳରେ ୫ ସ୍ପିନର୍ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଂଶିଟନ୍ ସୁନ୍ଦର, କୁଲଦୀପ ଯାଦବ ଓ ବଋଣ ଚକ୍ରବର୍ତ୍ତୀ ଅଛନ୍ତି । ବୁମରାଙ୍କ ସ୍ଥାନରେ ହର୍ଷିତ ରାଣା ସ୍ଥାନ ପାଇଥିବା ବେଳେ ମହମ୍ମଦ ସିରାଜଙ୍କୁ ରିଜର୍ଭ ରଖାଯାଇଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ୨୦୦୯ ପର ଠାରୁ ୫୮ଟି ଦିନିକିଆ ଖେଳା ଯାଇଥିବା ବେଳେ ଦ୍ରୁତ ବୋଲରଙ୍କୁ ସଫଳତା ମିଳିଛି । ଏ ଦୃଷ୍ଟିରୁ ଭାରତର ରଣନୀତି ବିପକ୍ଷ ଦଳକୁ ଭାରି ପଡ଼ିପାରେ ବୋଲି ଅନୁମାନ କରାଯାଉଛି । କାରଣ ରୋହିତଙ୍କ ଦଳରେ ୫ ଜଣ ସ୍ପିନର୍ ଅଛନ୍ତି । ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା, ୱାଂଶିଟନ ସୁନ୍ଦର ଓ ଅକ୍ଷର ପଟେଲ ଥିବାବେଳେ ଅନ୍ୟ ପଟେ ସ୍ପିନ୍‌ ସ୍ପେଶାଲିଷ୍ଚ ବଋଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ମଧ୍ୟ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com