Breaking NewsFeaturedକ୍ରୀଡ଼ା

ଶ୍ରୀ ମନ୍ଦିରରେ ପହଞ୍ଚିଲା ଆଇପିଏଲ ଟ୍ରଫି

ପୁରୀ : ଶ୍ରୀମନ୍ଦିରକୁ ଆସିଲା ଆଇପିଏଲ ଟ୍ରଫି । କୋଲକତା ନାଇଟ ରାଇଡର୍ସ ମେମ୍ବର ମାନେ ଆଇପିଏଲ୍ ଟ୍ରଫି ଆଣି ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ସେବାୟତଙ୍କ ମାଧ୍ୟମରେ ଏହି ପୂଜାର୍ଚ୍ଚନା କରାଯାଇଛି । ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ଏହା ପୂର୍ବରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ନେଇ ପୂଜା କରାଯାଉଛି । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲ୍ ଟ୍ରଫି ହାତେଇଥିଲା।

ଆସନ୍ତା ମାସ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୫ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ମିଡିଆକୁ ସୂଚନା ଦେଇ ସେ କହିଥିଲେ କି ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଉ ଫାଇନାଲ ମେ ୨୫ରେ ଖେଳାଯିବ । ହେଲେ ଏନେଇ BCCI ପକ୍ଷରୁ କୌଣସି ବିଧିବଧ ଭାବରେ ଘୋଷଣା କରା ଯାଇନାହିଁ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com