![](https://i0.wp.com/odia.mobilenews24x7.com/wp-content/uploads/2025/02/kkkk.jpg?resize=780%2C470&ssl=1)
ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ। ରିଆଲିଟି ସୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ ରେ ପିତା ମାତାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଦେଇ ସମାଲୋଚନାର ଶିକାର ହୋଇଥିଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ସ୍ଥିତି ଏପରି ହୋଇଥିଲା ଯେ ଦେଶର ବିଭିନ୍ନ ଜାଗାରେ ତାଙ୍କ ନାଁ ରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।
ଏହି ବିବାଦ ପରେ ବହୁତ ସେଲିବ୍ରିଟି ରଣବୀରଙ୍କ ବିରୋଧରେ ନିଜ ନିଜର ମନ୍ତବ୍ୟ ଦେବା ସହିତ ତାଙ୍କ ପୋଡକାଷ୍ଟକୁ ଆଉ ନ ଆସିବା ପାଇଁ ମଧ୍ୟ ଖୋଲାଖୋଲି ଭାବରେ ମନା କରିଦେଇଛନ୍ତି । ଜାଭେଦ ଅଖତର, ମୁକେଶ ଖାନ୍ନା ଏବଂ ସୁନିଲ ପାଲଙ୍କ ପରେ ପରେ ଏବେ ପୁଣି ରଣବୀରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରିଥିବା ତଥା WWE ର ରେସଲର ସୌରଭ ଗୁର୍ଜର।ସୌରଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଯେଉଁଥିରେ ସେ ଲେଖିଛନ୍ତି, ରଣବୀର ଆହ୍ଲାବାଦିଆ ଯାହା କହିଛନ୍ତି, ତାହା କେବେ ବି କ୍ଷମାଯୋଗ୍ୟ ନୁହେଁ । ଯଦି ତାଙ୍କୁ କ୍ଷମା କରାଯାଏ ଏମିତି କଥା ଅନେକ ଲୋକ ଖୋଲାଖୋଲି କହିବାକୁ ପୁଣିଥରେ ଆରମ୍ଭ କରିବେ । ତେଣୁ ରଣବୀରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଦରକାର । “ଫ୍ରିଡମ ଅଫ ସ୍ପିଚ”ର ଅର୍ଥ ନୁହେଁ କି ଯାହା ମନକୁ ଆସିବ ତାହା କହିଯିବା। ମହାରାଷ୍ଟ୍ର ସରକାର ଏବଂ କେନ୍ଦ୍ର ସରକାର ରଣବୀରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ସୌରଭ ।ସେ ଆହୁରି ମଧ୍ୟ ରଣବୀରଙ୍କୁ ଧମକ ଦେଇ କହିଛନ୍ତି, “ଯଦି ଭବିଷ୍ୟତରେ କେବେ ରଣବୀର ମୋ ସମ୍ମୁଖକୁ ଆସନ୍ତି , ତେବେ ତାର ସିକ୍ୟୁରିଟି ଗାର୍ଡ ମଧ୍ୟ ତାଙ୍କୁ ମୋ ଠାରୁ ବଞ୍ଚାଇ ପାରିବ ନାହିଁ ବୋଲି କହିଛନ୍ତି ସୌରଭ।”