ଆଜିଠାରୁ ଆରମ୍ଭ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି +୨ ପରୀକ୍ଷା। ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସେଣ୍ଟରକୁ ବୈଦ୍ୟୁତିକ ଉପକରଣ ସମ୍ପୁର୍ଣ୍ଣ ନିଷେଧ ସହ କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୫ ପରୀକ୍ଷା ପରିଚାଳନା ହବ ଏବଂ ୧୨ ଶହ ୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତଥର କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବାଣିଜ୍ୟରେ ୨୫ ହଜାର ୫୨୬, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦ ଏବଂ ଧନ୍ଦାମୂଳକରେ ୫ ହଜାର ୭୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ପ୍ରଥମ ଦିନରେ ଅର୍ଥାତ ଆଜି ସାହିତ୍ୟ ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ। ୧୯ ତାରିଖରେ ଉଭୟ କଳା ଓ ବାଣିଜ୍ୟ ଏବଂ ୨୦ ତାରିଖରେ ପରୀକ୍ଷା ଦେବେ ଧନ୍ଦାମୂଳକ ପରୀକ୍ଷାର୍ଥୀ। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ସାଢେ ୮ଟାରେ ସୁଦ୍ଧା ପରୀକ୍ଷା ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବା ନେଇ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।