Breaking NewsFeaturedଓଡ଼ିଶା

କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୨ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର : କିଟ୍‌ କଲେଜର ହଷ୍ଟେଲ ରୁମରୁ ଜଣେ ନେପାଳୀ ଛାତ୍ରୀଙ୍କର ମୃତଦେହ ମିଳିବା ପରେ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କଲେଜର କିଛି ଷ୍ଟାଫ ନେପାଳ ଛାତ୍ରମାନଙ୍କୁ ଧମକଚମକ ଦେଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ଛାତ୍ରମାନଙ୍କୁ ମାଡ଼ ମାରିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏଥିସହିତ ନେପାଳ ଛାତ୍ରମାନଙ୍କୁ କ୍ୟାମ୍ପସରୁ ବିଦା କରିଦିଆଯାଇଥିଲା । ବର୍ତ୍ତମାନ ଛାତ୍ରମାନଙ୍କୁ ମାଡ ମାରିଥିବା ଘଟଣାରେ ୨ ଜଣ ସିକ୍ୟୁରିଟି ଗାର୍ଡ ଗିରଫ ହୋଇଥିବା ଜଣାପଡିଛି। ଏହାସହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବାକୁ କମିଶନରେଟ୍‌ ପୋଲିସ ପ୍ରତିଶ୍ରୁତି ଦେବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି କମିଶନରେଟ୍‌ ପୋଲିସ।

ଅନ୍ୟପଟେ ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ। ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ମୃତ ଛାତ୍ରୀଙ୍କ ବାପାଙ୍କ ସମେତ ତାଙ୍କ କଲେଜ ସହଯୋଗୀ ଓ ସମ୍ପର୍କୀୟ। ପୁରା ପୋଷ୍ଟମର୍ଟମ ରିପୋର୍ଟର ଭିଡିଓ କମିସନରେଟ ପୋଲିସ ରେକର୍ଡ କରିବ ବୋଲି ସୂଚନା ଦେଇଛି । ଏହାଛଡା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com