ଆଜି ହଟିବ CM ସସପେନ୍ସରୁ ପରଦା

ନୂଆଦିଲ୍ଲୀ : କିଏ ହେବେ ଦିଲ୍ଲୀର ନୂଆ ସିଏମ୍ ? ଦିଲ୍ଲୀ ସିଏମ୍ ରେସରେ ଅନେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚିତ ନେତା ନା ପୁଣି ସରପ୍ରାଇଜ ଚେହେରା ଦେବ ବିଜେପି, ତା’ ଉପରେ ଏବେ ସାରା ଦେଶର ନଜର । ଏନେଇ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିପାଇଁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି । ତେବେ ସିଏମ୍ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ପରଭେଶ ବର୍ମା । ନୂଆଦିଲ୍ଲୀ ବିଧାନସଭା ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ଜିଆଣ୍ଟ କିଲର୍ ପରଭେଶଙ୍କୁ ବଡ ଦାବିଦାର ଭାବେ ଦେଖାଯାଉଛନ୍ତି ।
ଅନ୍ୟପଟେ ଆସନ୍ତାକାଲି ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ରାମଲୀଲା ମୈଦାନରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟରେ ସଭାସ୍ଥଳ ଓ ମଞ୍ଚ ନିର୍ମାଣ କାର୍ଯ୍ୟ ଚାଲିଛି । ଆସନ୍ତାକାଲି ଦିନ ୧୧ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବେ। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ।