Featured

ପୁରୁଣା ଚପଲର ଦାମ୍‌ ୧.୭୭ କୋଟି

ବଜାରରେ ମିଳୁଥିବା ଚପଲର ଦାମ୍‌ କେତେ ହୋଇପାରେ ? ୧,୦୦୦, ୫,୦୦୦ କି ୧୦,୦୦୦ ଟଙ୍କା। ହେଲେ ଏଠାରେ ଗୋଟିଏ ପେୟାର୍‌ ସାଣ୍ଡାଲ ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଛି ।
ଏହା ପୁଣି ଏକ ପୁରୁଣା ପେୟାର ସାଣ୍ଡାଲ ।
ଆପଲର ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସାଣ୍ଡାଲ୍‌ ୧.୭୭ କୋଟି ଟଙ୍କାରେ ନିଲାମ ହୋଇଛି।
ଆମେରିକାର କାଲିଫର୍ନିଆ ସ୍ଥିତ ଜୁଲିଏନ୍‌ ଅକ୍ସନ୍‌ ହାଉସ୍‌ରେ ନିଲାମ ପାଇଁ ସାଣ୍ଡାଲକୁ ରଖାଯାଇଥିଲା।
ଏହାର ନିଲାମୀ ମୂଲ୍ୟ ୬୦,୦୦୦ ଡଲାର ରୁ ୮୦,୦୦୦ ଡଲାର ଧାର୍ଯ୍ୟ କରାଯାଇଥିଲା।
ଜଣେ ବ୍ୟକ୍ତି ଷ୍ଟିଭ୍‌ଙ୍କ ବ୍ୟବହୃତ ଚପଲକୁ ୨,୧୮,୭୫୦ ଡଲାରରେ ନିଲାମୀ ଡାକି ଏହାର ହକ୍‌ଦାର ହୋଇଛନ୍ତି।
୧୯୭୦ ଦଶକରେ ଅନେକ ଦିନ ପର୍ଯ୍ୟନ୍ତ ଷ୍ଟିଭ୍‌ ଏହି ଚପଲ ପିନ୍ଧୁଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com