Featuredଜାତୀୟମନୋରଞ୍ଜନ

ଆଡ୍‌ଭୋକେଟ୍‌ ଭାବେ ଚମତ୍କାର ଅଭିନୟ କରିଛନ୍ତି ବଲିଉଡ୍‍ର ଏହି ସବୁ ଷ୍ଟାର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅଭିନୟ ଜଗତରେ ଅଭିନେତା ଅଭିନେତ୍ରୀ କେତେବେଳେ କେଉଁ ଚରିତ୍ରରେ ଅଭିନୟ କରିଥାନ୍ତି ତାର କିଛି ନିର୍ଦ୍ଦିଷ୍ଟତା ନଥାଏ । କିନ୍ତୁ ଏମିତି କିଛି ଚରିତ୍ର ଥାଏ ଯାହା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ହିଁ ଅତି ନିଖୁଣ ଭାବରେ ଅଭିନୟ କରିପାରନ୍ତି । ଆଉ ସେହି ଚରିତ୍ର ହିଁ ସେମାନଙ୍କୁ ଗୋଟିଏ ନୂଆ ତଥା ନିଆରା ପରିଚୟ ଦେଇଥାଏ । ତେବେ ଆମେ ଆଜି ବଲିଓଡ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ବିଷୟରେ କଥା ହେବା ଯେଉଁମାନେ ବିଭିନ୍ନ ଚଳଚିତ୍ରରେ ଜଣେ ଓକିଲ ବା ଆଇନଜୀବୀର ଭୂମିକା ନିଭାଇଛନ୍ତି । ଯାହା କି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛିା

ଏହି କ୍ରମରେ ପ୍ରଥମେ କଥା ହେବା ମନୋଜ ବାଜପେୟୀଙ୍କ ବିଷୟରେ, ନିକଟରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ “ସିର୍ଫ୍ ଏକ୍ ବନ୍ଦା କାଫି ହୈ”ରେ ଜଣେ ଓକିଲ ଚରିତ୍ରରେ ଦମ୍‌ଦାର ଅଭିନୟ କରିଛନ୍ତି । ତାଙ୍କ ପୂର୍ବରୁ ମଧ୍ୟ ବହୁ ଅଭିନେତା ଏଭଳି ଓକିଲ ଚରିତ୍ରରେ ଦର୍ଶକଙ୍କ ମନ ଜିତିଛନ୍ତି ।

ବିଗ୍‌ବି ଅମିତାଭ ବଚ୍ଚନ ମଧ୍ୟ ପିଙ୍କ୍ ଫିଲ୍ମରେ ଜଣେ ବୟସ୍କ ତଥା ପାୱାରଫୁଲ୍ ଆଇନଜୀବୀ ଦୀପକ୍ ସେହେଗେଲଙ୍କ ଚରିତ୍ରରେ ଅତି ସୁନ୍ଦର ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁଛନ୍ତି ।

ସନି ଦେୱଲ ମଧ୍ୟ ଦାମିନୀ ଚଳଚିତ୍ରରେ ଜଣେ ଓକିଲ ଭାବରେ ଦମ୍‌ଦାର ଅଭିନୟ କରିଥିଲେ । ସେଥିରେ ତାଙ୍କର “ତାରିଖ ପର ତାରିଖ” ଓ “ଢାଇ କିଲୋ କା ହାଥ୍ ” ଡାଏଲଗ୍ ମଧ୍ୟ ଖୁବ୍ ହିଟ୍ ହୋଇଛି ।

ଫିଲ୍ମ ବୀରଜରାରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପାକିସ୍ତାନର ଜଣେ ଯୁବ ଓକିଲ ସାଇମା ସିଦ୍ଦିକି ଭୂମିକାରେ ଲାଜବାବ୍ ଅଭିନୟ କରିଥିଲେ ।
ସେହିପରି ବିଭିନ୍ନ ସମୟରେ କମେଡି ଚରିତ୍ରରେ ନଜର ଆସୁଥିବା ବୋମନ ଇରାନୀ ମଧ୍ୟ ଜଲି ଏଲ୍‌ଏଲ୍‌ବିରେ ଦିିଲ୍ଲୀର ଜଣେ ଜଣାଶୁଣା ଓକିଲ ତଜିନ୍ଦର ପାଲ ଭୂମିକାରେ ମସ୍ତ ଅଭିନୟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com