ଓଡ଼ିଶା

ଅପେକ୍ଷାର ଅନ୍ତ ଘଟିଲା , ଜୁନ ୧୬ରେ ଦିଲ୍ଲୀକୁ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଭୀଷଣ ଖରାରୁ ମିଳିବ ତ୍ରାହି । କିଛିଦିନ ହେବ ଭୀଷଣ ଗରମରେ ଛଟପଟ ହେଉଥିଲେ ରାଜଧାନୀବାସୀ । କିନ୍ତୁ ଏବେ ଦିଲ୍ଲୀରେ ବର୍ଷାକୁ ନେଇ ବଡ଼ ଅପଡେଟ ଦେଇଛି ଆଇଏମଡି । ଭୀଷଣ ଗରମରେ ଲୁ‘ର ଅତ୍ୟାଚାରରୁ ଏବେ ବର୍ତ୍ତିବେ ଲୋକେ । କିଛି ଦିନ ହେବ ୪୦ ଡିଗ୍ରୀ ତାପମାତ୍ରା ଉପରେ ରହୁଥିଲା ପାରଦ । ବର୍ତ୍ତମାନ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଜୁନ ୧୬ରେ ଦିଲ୍ଲୀକୁ ମୌସୁମୀ ଛୁଇଁବ । ଦିଲ୍ଲୀ, ହରିୟାଣା, ଉତ୍ତର ରାଜସ୍ଥାନ ଓ ହିମାଞ୍ଚଳ ପ୍ରଦେଶର ଯେଉଁ ଭିନ୍ନ ଭିନ୍ନ ସ୍ଥାନରେ ଲୁ’ର ପ୍ରଭାବ ଦେଖାଯାଉଥିଲା ସେଠାରେ ଜୁନ ୧୬ ସୁଦ୍ଧା ବର୍ଷାର ଗତିବିଧି ପରିଲ୍ଲଖିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com