ଜାତୀୟ

ଗଙ୍ଗାନଦୀରେ ଭାସିଯାଉଥିଲେ ୭ କାଉଡିଆ, ଉଦ୍ଧାର କଲା ସେନା : ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗଙ୍ଗାନଦୀରେ ଭାସିଗଲେ କାଉଡିଆ । ପାଣି ଉଠାଇବା ବେଳେ ଅଘଟଣ । ତେବେ ସେନା ଓ ପୋଲିସ ସାହାଯ୍ୟରେ ହେଲେ ଉଦ୍ଧାର । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।

ସୂଚନାନୁସାରେ, ଉତ୍ତରପ୍ରଦେଶରେ ବୋଲବମ ଯାତ୍ରା ପାଇଁ ବିଭିନ୍ନ ନଦୀରେ କାଉଡିଆଙ୍କ ଗହଳି ଲାଗି ରହିଛି । ତେବେ ଗୁରୁବାର ଗଙ୍ଗାନଦୀରେ ଏକ ଅଘଟଣ ଘଟିଥିଲା । ଯେଉଁଥିରେ ୭ ଜଣ କାଉଡିଆ ନଦୀରେ ବୁଡି ଯାଇଥିଲେ । ହରିଦ୍ୱାରରେ ଏହି ଘଟଣା ଘଟିଥିଲା । ନଦୀର ପ୍ରବଳ ସ୍ରୋତରେ ସେମାନେ ଭାସି ଯାଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେନା ଓ ସ୍ଥାନୀୟ ପୋଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଲଗାତର ବଢୁଛି ଅଘଟଣ

ଆଉ ଏକ ରିପୋର୍ଟ ଅନୁସାରେ, ଏବେସୁଦ୍ଧା ଗଙ୍ଗାନଦୀରେ ୧୮ ଜଣ କାଉଡିଆଙ୍କୁ ଉଦ୍ଧାର କରାଯାଇଛି ।  ଗୁରୁବାର ଜଣେ ମହିଳା ଗଙ୍ଗାନଦୀରେ ଭାସିଯାଇଥିଲେ । ଯାହାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ହରିଦ୍ୱାରର କାଙ୍ଗଡା ଘାଟରେ ୫ ଜଣ ଭାସି ଯାଇଥିଲେ । ସେମାନେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ବାସିନ୍ଦା ଥିଲେ ।

ସୂଚନାଯୋଗ୍ୟ, ଶ୍ରାବଣ ସୋମବାର ପାଇଁ ଗଙ୍ଗାନଦୀରେ ପ୍ରାୟ ୨ରୁ ୩ କୋଟି କାଉଡିଆଙ୍କ ଆସିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ କୌଣସି ଅଘଟଣକୁ ଏଡାଇବା ପାଇଁ ସେଠାରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com