କ୍ରୀଡ଼ା

ଆଜିଠାରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି ଫାଇଟ୍

ଆଜିଠାରୁ ଆରମ୍ଭ ହେଉଛି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ । ପାକିସ୍ତାନ ଓ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପାକିସ୍ତାନର କରାଚିରେ ଏହି ମ୍ୟାଚ୍ ଖେଳାଯିବ। ଚଳିତ ଥର ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ରହିଛି। ୧୯୯୬ ପରେ ପାକିସ୍ତାନରେ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି। ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥର ଚାମ୍ପିୟନ୍ସ ଟ୍ରଫିରେ ମୋଟ୍ ୮ଟି ଟିମ୍ ଭାଗ ନେଉଛନ୍ତି। ଗ୍ରୁପ୍ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି।

ସେପଟେ ଭାରତ ତାର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବ। କାଲି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ। ହାଇବ୍ରିଡ଼ ମଡେଲ ଅନୁଯାୟୀ ଭାରତ ତାର ସମସ୍ତ ମ୍ୟାଚ ଗୁଡିକ ଦୁବାଇରେ ଖେଳିବ। କେବଳ ଭାରତକୁ ଛାଡିଦେଲେ ଅନ୍ୟ ଟିମ୍ ମାନେ ପାକିସ୍ତାନରେ ମ୍ୟାଚ୍ ଖେଳିବେ। ତେବେ ସବୁଠାରୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହି ଦିନ ଭାରତ ତାର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ। ସେହିପରି ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ।

Related Articles

Back to top button
WP Twitter Auto Publish Powered By : XYZScripts.com