Breaking NewsFeatured
୨୪ ଘଣ୍ଟାରେ ୩ ଜିଲ୍ଲାରେ କୁଆପଥର ବର୍ଷା

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ନିମ୍ନ ଚାପରେଖା ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ପବନର ବେଗ ୪୦ରୁ ୫୦ କିମି ସହ କୁଆପଥର ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖ ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ପାଇଁ ବର୍ଷା, ପବନ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।