
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିବ ରେଖା ରାଜ୍ । ରେଖା ଗୁପ୍ତାଙ୍କ ଶାସନରେ ପରିଚାଳିତ ହେବ ଦିଲ୍ଲୀ । ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହୋଇଛି ନିଷ୍ପତ୍ତି। ବିଜେପି ଦ୍ୱାରା ନିୟୋଜିତ ଦସ୍ୱବ ପର୍ଯ୍ୟବେକ୍ଷକ ତଥା ସର୍ବସମ୍ମତିରେ ବିଜେପି ନେତ୍ରୀ ରେଖା ଗୁପ୍ତାଙ୍କ ନାଁ ସଭିଏଁ ଭରିଛନ୍ତି ହଁ । ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ଆଜି ଦିଲ୍ଲୀର ରାମଲୀଲା ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ମନ୍ତ୍ରୀଗଣ ତଥା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର ସୂଚନା ରହିଛି । ଏହା ସହ ରେଖାଙ୍କ ମନ୍ତ୍ରୀ ମଣ୍ଡଳରେ ୬ ଜଣ ଟାଣୁଆ ନେତାଙ୍କ ନାଁ ମଧ୍ୟ ସାମିଲ ରହିଛି ଯେଉଁଥିରେ ଦିଲ୍ଲୀ ବିଧାନସଭା ଆସନରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପର୍ଭେଶ ବର୍ମାଙ୍କ ନାଁ ଆଗରେ ରହିଛି ।