ମାୱରା ହୋକେନଙ୍କ ସ୍ଥାନ ନେବେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁର

ମୁମ୍ବାଇ : ୨୦୧୬ ମସିହାରେ ବଲିଉଡ ଫିଲ୍ମ ସନମ୍ ତେରି କସମ୍ ମୁକ୍ତିଲାଭ କରିଥିଲା । କିନ୍ତୁ ସେ ସମୟରେ ଫିଲ୍ମଟି ବକ୍ସ ଅଫିସରେ କମାଲ କରିପାରିନଥିଲା । କିନ୍ତୁ ଚଳିତ ବର୍ଷ ଏହି ଫିଲ୍ମଟି ଭାଲେଣ୍ଟାଇନ୍ସ ସପ୍ତାହରେ ପୁଣିଥରେ ମୁକ୍ତିଲାଭ କରିଥିଲା। ସନମ୍ ତେରୀ କସମ୍ ପୁନଃ ମୁକ୍ତିଲାଭ କରିବା ପରେ ପ୍ରଥମ ରିଲିଜ୍ ଅପେକ୍ଷା ଢ଼େର ଅଧିକ ଟଙ୍କା ରୋଜଗାର କରିଛି। ଫିଲ୍ମର ଆୟକୁ ଦେଖି ନିର୍ମାତା ଏହାର ଦ୍ୱିତୀୟ ଭାଗ ଘୋଷଣା କରିଛନ୍ତି। ସନମ ତେରି କସମ୍-୨ ଘୋଷଣା ସହିତ, ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି।
କିନ୍ତୁ ଏଥର ସନମ ତେରି କସମ୍-୨ ରେ ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଆଲୋଚନା ହେଉଛି। ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବ ବୋଲି ଖବର ମିଳୁଛି । କିନ୍ତୁ ଏହି ଖବର ପରେ ଏବେ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି। କିଛି ଲୋକ ଏହି ଖବର ଶୁଣି ଖୁସି ହୋଇଥିବା ବେଳେ କିଛି ନିରାଶ ହୋଇଛନ୍ତି। ଶ୍ରଦ୍ଧାଙ୍କୁ ନେଲେ ଆମେ ଫିଲ୍ମ ଦେଖିବାକୁ ଯିବୁ ନାହିଁ ବୋଲି ସେମାନେ ସୋସିଆଲ ମିଡିଆରେ ସେମାନଙ୍କର ମତାମତ ଦେଉଛନ୍ତି ।