Breaking NewsFeaturedଓଡ଼ିଶାରାଜନୀତି

ଆଜିଠାରୁ ଜନତା ମୈଦାନରେ ଆରମ୍ଭ ହେଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରର ଜନତା ମୈଦାନରେ ଆରମ୍ଭ ହେଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳା ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ହେଉଛି । ଏହି ମେଳାରେ ଭାଗନେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା SHG ଓ ଉତ୍ପାଦକ ଗୋଷ୍ଠୀ। ପ୍ରାୟ ୩୦୦ରୁ ଅଧିକ ଷ୍ଟଲରେ ବିକ୍ରି ହେବ ବିବିଧ ସାମଗ୍ରୀ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନଅ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ । ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାକିଂ ସୁଯୋଗ ପାଇଁ ଦ୍ବାର ଖୋଲିବ। ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଓ ବଜାର ସହ ଯୋଡ଼ିବାକୁ ଏହା ରାଜ୍ୟ ସରକାରଙ୍କ ଏକ ଉଦ୍ୟମ ।

Related Articles

Back to top button
WP Twitter Auto Publish Powered By : XYZScripts.com