Breaking NewsFeaturedଓଡ଼ିଶା
ଆହୁରି ବିଳମ୍ବ ହେବ ରତ୍ନଭଣ୍ଡାର ମରାମତି

ପୁରୀ : ବିଳମ୍ବ ହେବ ରତ୍ନଭଣ୍ଡାର ମରାମତି । ମରାମତି କାମ ପାଇଁ ଆଉ ମାସେ କିମ୍ବା ଦୁଇ ମାସ ସମୟ ଲାଗିବ । ଆଜି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପୂର୍ବରୁ ଯେତିକି ଆକଳନ କରାଯାଇଥିଲା, ତା ଠାରୁ ଅଧିକ ମରାମତି ହେବାର ଆବଶ୍ୟକ ରହିଛି । ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଅନ୍ୟପଟେ ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି କାର୍ଯ୍ୟ ଚାଲୁଛି। ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ଏଏସଆଇର ସହମତିରେ କାମ ଚାଲିଛି ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।